Indus Valley Times

ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

 Breaking News

ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ
July 30
13:04 2023

କରଞ୍ଜିଆ,୩୦/୭: ହାତୀ ଉପରକୁ ନିଆଁହୁଳା ଫିଙ୍ଗିବା ଘଟଣାରେ ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀ କାର୍ଯ୍ୟରୁ ବହିଷ୍କୃତ ହୋଇଛନ୍ତି। ଦୁଇ ଅସ୍ଥାୟୀ ବନ କର୍ମଚାରୀ ହେଲେ ଦୀପକ ମୁଣ୍ଡା ଓ ବାପି ମାଝୀ। ଏନେଇ ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ୨୩ଟିକିଆ ହାତୀପଲ ଗତ କିଛି ଦିନ ହେବ ତାଣ୍ଡବ ରଚୁଛନ୍ତି। ସେମାନଙ୍କୁ ଘଉଡ଼ାଇବା ଲାଗି ବନବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ଦୁଧିଆଣି ରେଞ୍ଜ୍ ଅଧୀନରେ ଥିବା ବଡ଼ଗୁମା ଗାଁରେ ବନ କର୍ମଚାରୀ ଦୀପକ ମୁଣ୍ଡା, ବାପି ମାଝୀ ଓ କିଛି ସ୍ଥାନୀୟ ଲୋକ ହାତୀ ଘଉଡ଼ାଉ ଥିବା ବେଳେ ସେମାନଙ୍କ ଉପରକୁ ନିଆଁହୁଳା ଫିଙ୍ଗିଥିଲେ।
ସେହି ସମୟରେ ନିଆଁହୁଳା ଧରିଥିବା ଏହି ଦୁଇ ବନକର୍ମଚାରୀ ଗୋଟିଏ ହାତୀକୁ ସେଥିରେ ମାଡ଼ କରୁଥିବା ବି ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ଭାଇରାଲ ହେବା ପରେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ତାପରେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031