Indus Valley Times

ହାତୀ ଘଉଡାଇବାକୁ ଯାଇ ହଟହଟା ହେଲେ ଫରେଷ୍ଟର ଓ ଅସ୍ଥାୟୀ ବନ କର୍ମଚାରୀ

 Breaking News

ହାତୀ ଘଉଡାଇବାକୁ ଯାଇ ହଟହଟା ହେଲେ ଫରେଷ୍ଟର ଓ ଅସ୍ଥାୟୀ ବନ କର୍ମଚାରୀ

October 24
11:16 2022

କରଞ୍ଜିଆ, ୨୪/୧୦: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ରେ ଥମିବାର ନାଁ ନେଉନି ହାତୀ ଉପଦ୍ରଵ । କେତେବେଳେ ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଗାଁରେ ପଶି ଲୋକଙ୍କ ଘର ଭାଙ୍ଗୁଛନ୍ତି ହାତୀପଲ ।
କିଛି ମାସ ହେବ ୨୪ ଟିକିଆ ଝାଡଖଣ୍ଡି ହାତୀପଲ ଯୋଗୁଁ ଶୁକୃଳି ,କରଞ୍ଜିଆ ,ରରୁଆଁ ଏବଂ ଯଶିପୁର ବ୍ଲକ ରେ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି । ଆଜି ହାତୀପଲ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଶିରମଣିପୁର ଗାଁ ନିକଟରେ ରହିଛନ୍ତି ।
ସେପଟେ ବାରମ୍ବାର ହାତୀ ଉପଦ୍ରବ କରୁଥିବାରୁ ଯଶିପୁର ବ୍ଲକ ଅନ୍ତର୍ଗତ ଶିରମଣିପୁର ଗାଁ ଲୋକମାନେ ଅତିଷ୍ଠ ହୋଇ ଆଜି ସକାଳୁ ୫ ଜଣ ବନବିଭାଗ କର୍ମଚାରୀ ସହିତ ଗୋଟିଏ ଗାଡିକୁ ଅଟକ ରଖିଛନ୍ତି ।
କରଞ୍ଜିଆ ଊୠଙ ଆସି ଆଲୋଚନା କରିଲା ପରେ ବନ ବିଭାଗ କର୍ମଚାରୀକୁ ଛାଡିବେ ବୋଲି ଗ୍ରାମବାସୀ କହିଛନ୍ତି । ଗୋଟିଏ ମାସ ମଧ୍ୟରେ ଏଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି । ଏପରିକି ତିନି ୩ ମାସ ମଧ୍ୟରେ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତିପୂରଣ ଦେଇସାରିଲାଣି ବନ ବିଭାଗ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031