Indus Valley Times

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : ନଭେମ୍ବର ୧୨ରେ ଭୋଟ ଗ୍ରହଣ

 Breaking News

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : ନଭେମ୍ବର ୧୨ରେ ଭୋଟ ଗ୍ରହଣ

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : ନଭେମ୍ବର ୧୨ରେ ଭୋଟ ଗ୍ରହଣ
October 14
17:12 2022

ନୂଆଦିଲ୍ଲୀ,୧୪/୧୦: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ଗୋଟିଏ ପର‌୍ୟ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୨ ତାରିଖ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ ତାରିଖ ପର‌୍ୟ୍ୟନ୍ତ ଭୋଟ କାଉଟିଂ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
ତାରିଖ ଘୋଷଣା ସହିତ ନିର୍ବାଚନର ପୂରା ତାଲିକା ପ୍ରକାଶ ପାଇଛି। ହିମାଚଳ ପ୍ରଦେଶ ନିର୍ବାଚନ ପ୍ରକାଶିତ ତାଲିକା ଅନୁସାରେ ଗେଜେଟ୍ ନୋଟିଫିକେସନ୍ ତାରିଖ ୧୭ ଅକ୍ଟୋବର ରହିଥିବା ବେଳେ ୨୫ ଅକ୍ଟୋବର ନାମାଙ୍କନ ପତ୍ର ଦାଖଲ କରିବର ଶେଷ ତାରିଖ ରହିଛି।
ସେହିପରି ଅକ୍ଟୋବର ୨୭ ତାରିଖରେ ସ୍କ୍ରୁଟିନି ରହିଥିବା ବେଳେ ନାମାଙ୍କନ ପ୍ରତ୍ୟାହାର ତାରିଖ ୨୯ ଅକ୍ଟୋବର ରହିଛି। ଏସବୁ ପ୍ରକ୍ରିୟା ସହିବା ପରେ ନଭେମ୍ବର ତାରିଖରେ ନିର୍ବାଚନ ହେବ ଓ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ସରିବା ପରେ ୧୦ ତାରିଖରେ ନିର୍ବାଚନ ପ୍ରକିୟା ଶେଷ ହେବ ବୋଲି ନିର୍ବାଚନ ବିଜ୍ଞପ୍ତିରେ କୁହାଯାଇଛି।
ନିର୍ବାଚନ ସମୟରେ ହେବାକୁ ଥିବା ଭ୍ରଷ୍ଟାଚାର ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ। ଦୁର୍ନୀତି ଯେମିତି ନ ହୁଏ ଏଥିପ୍ରତି ଲୋକଙ୍କୁ ସଚେତନ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଦୁର୍ନିତି ବିଷୟରେ ଖବର ମିଳିଲେ ସୂଚନା ଦେବାକୁ କମିଶନ କହିଛନ୍ତି।
ସୂଚନା ଥାଉକି ହିମାଚଳ ପ୍ରଦେଶର ୬୮ଟି ଆସନ ରହିଛି। ବର୍ତ୍ତମାନ ବିଜେପିର ମେଣ୍ଟ ସରକାର ରହିଛି। ଚଳିତ ବର୍ଷ ରାଜ୍ୟରେ ଦୁଇ ବିରୋଧୀଙ୍କ ମଧ୍ୟରେ ନିର୍ବାଚନ ହେବ। ବିଜେପି କଂଗ୍ରେସ୍ ମଧ୍ୟରେ ମୁଖ୍ୟ ଲଢ଼େଇ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031