Indus Valley Times

ହଡ଼ପ କଲେ ମଧ୍ୟାହ୍ନ ଭୋଜନ ଚାଉଳ, ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ

 Breaking News

ହଡ଼ପ କଲେ ମଧ୍ୟାହ୍ନ ଭୋଜନ ଚାଉଳ, ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ

July 20
12:16 2022

ଯାଜପୁର ୨୦/୭: ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ୱିତ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୁଅଁରପୁର ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକଙ୍କୁ ନିଲମ୍ବିତ ହୋଇଛନ୍ତି । ମଧାହ୍ନ ଭୋଜନ ସହ ପିଲାଙ୍କ ପାଇଁ ଆସୁଥିବା ଡ୍ରେସ୍, ଜୋତା ବାବଦକୁ ଆସୁଥିବା ପଇସା ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା ।
ଏହା ପରେ ଏବିଓ ଘଟଣାର ତଦନ୍ତ କରିଥିଲେ । ପାଖାପାଖି ତିନି ଲକ୍ଷ୍ ଟଙ୍କାର ମିଡ-ଡେ ମିଲ୍ ଚାଉଳ ଘୋଟାଲା ହୋଇଥିବା ଦଦନ୍ତରୁ ଜଣାପଡିଥିଲା । ଏ ସମର୍କ ରେ ପ୍ରଧାନ ଶିକ୍ଷ ଙ୍କୁ ପଚରା ଯାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇପାରିନଥିଲେ । ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇଥିଲା ।
ଯେଉଁଥିରେ ପିଲାଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଘଟଣା ସ୍ପଷ୍ଟ ହୋଇଥଲା ।ଏହା ପରେ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକଙ୍କୁ ନିଲମ୍ବିତ କରାଯାଇଛି । ଦଶରଥପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ କିଶୋର କୁମାର ମଲ୍ଲିକ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031