Indus Valley Times

୧୦ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହରରେ ପରିଣତ

 Breaking News

୧୦ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହରରେ ପରିଣତ

୧୦ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହରରେ ପରିଣତ
November 09
09:50 2021

ଭୁବନେଶ୍ୱର, ୯/୧୧ : ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ରାତ୍ରକାଳୀନ ତାପମାତ୍ରା କମ୍ ରହିଛି।
୧୦ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।
ରାଜ୍ୟର ୮ଟି ସହରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ୧୧.୫ ଡିଗ୍ରୀ, କୋରାପୁଟରେ ୧୨ ଡିଗ୍ରୀ, କେନ୍ଦୁଝରରେ ୧୩ ଡିଗ୍ରୀ, ଭବାନୀପାଟଣାରେ ୧୪.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୪.୨ ଡିଗ୍ରୀ, ଟିଟିଲାଗଡ଼ରେ ୧୪.୮ ଡିଗ୍ରୀ, ସୋନପୁର ତାପମାତ୍ରା ୧୪.୮ ଡିଗ୍ରୀ ରହିଛି।
ସେହିପରି ବାଲେଶ୍ୱରରେ ୧୭.୬ ଡିଗ୍ରୀ, ଚାନ୍ଦବାଲିରେ ୧୬.୮ ଡିଗ୍ରୀ, ପାରାଦୀପରେ ୧୯.୨ ଡିଗ୍ରୀ, ଗୋପାଳପୁରରେ ୧୯.୬ ଡିଗ୍ରୀ, ଅନୁଗୋଳରେ ୧୬.୦ ଡିଗ୍ରୀ, ବାରିପଦାରେ ୧୬.୮ଡିଗ୍ରୀ, କେନ୍ଦୁଝରରେ ୧୩.୫ ଡିଗ୍ରୀ, ସମ୍ୱଲପୁରରେ ୧୬.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୧୮.୫ଡିଗ୍ରୀ, ହୀରାପୁଦରେ ୧୬.୨ ଡିଗ୍ରୀ, ତାଳଚେରରେ ୧୭.୦ ଡିଗ୍ରୀ, ମାଲକାନଗିରିରେ ୧୫.୫ ଡିଗ୍ରୀ, ନୟାଗଡ଼ର ତାପମାତ୍ର ୧୬.୫ ଡିଗ୍ରୀ ରହିଛି। ଠିକ୍ ସେହିପରି ଭୁବନେଶ୍ୱର ୧୭.୪ ଓ କଟକର ରାତ୍ରି ତାପମାତ୍ରା ୧୭ ଡିଗ୍ରୀ ରହିଛି।
ଶ୍ରୀ ଦାସଙ୍କ କହିବା ଅନୁସାରେ ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗର ପ୍ରଭାବ ନାହିଁ। ତେଣୁ ଆଗାମୀ ଦୁଇ ଦିନ ଯାଏଁ ପାଗ ଶୁଖିଲା ରହିବ। ଦୁଇରୁ ତିନି ଦିନ ପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ।
ଏହାର ପ୍ରଭାବରେ ପୂର୍ବ ଦିଗରୁ ଉଷ୍ମ ଓ ଆଦ୍ର ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ। ରାତିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବାର ଆଶଙ୍କା ରହିଛି। ଏଥି ସହିତ କେତେକ ଅଞ୍ଚଳରେ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି।
ଠିକ୍ ସେହିପରି ୧୦ ଓ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ ହାଲ୍କା ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031