Indus Valley Times

୧୨୫ ଏକର ଗଞ୍ଜେଇ ଗଛ ସଫା କଲା ପୁଲିସ

 Breaking News

୧୨୫ ଏକର ଗଞ୍ଜେଇ ଗଛ ସଫା କଲା ପୁଲିସ

December 11
10:04 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୧୨: ବୌଦ୍ଧଜିଲ୍ଲା ପୋଲିସ ଶୁକ୍ରବାର ହରଭଙ୍ଗା ବ୍ଲକ ନନ୍ଦନବନ ଓ ନିକଟବର୍ତ୍ତୀ ରାମ୍ଭିକଟା, ବିରାମଚନ୍ଦ୍ରପୁର ଅଞ୍ଚଳର ୧୨୪.୮୬ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରିଛି।
ଏ ନେଇ ବୌଦ୍ଧ ଥାନାରେ ୩୦୮/୧୨.୧୨.୨୧ରେ ମାମଲା ରୁଜୁ କରିଛି। ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ଏସଆଇ ତପନ ସ୍ୱଇଁ, ଏଏସଆଇ ରମାକାନ୍ତ ପ୍ରଧାନ, ଡିଭିଏଫ ବଳ, ବନ ବିଭାଗ ଓ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।
ବୌଦ୍ଧଜିଲ୍ଲାରେ ଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଂଘ ଗଠିତ
ବୌଦ୍ଧ,୧୧/୧୨ : ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ପ୍ରତ୍ୟକ୍ଷ ତତ୍ୱାବଧାନରେ କର୍ମକାଣ୍ଡି ପୁଜକ ଓ ପଣ୍ଡିତମାନଙ୍କୁ ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଲକ୍ଷ୍ମୀ ବାସୁଦେବ ପଣ୍ଡିତ ସଂଘ ଗଠନ କରାଯାଇଛି । ବୈଠକରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ମତ ଉତ୍‌ଥାପନ କରିଥିଲେ ।
ସର୍ବସମ୍ମତି କ୍ରମେ ସଭାପତି ଭାବେ ସଞ୍ଜୀବ କୁମାର ପଣ୍ଡା, ଉପ ସଭାପତି ଭାବେ ରଞ୍ଜିତ ହୋତା, ସଂପାଦକ ଭାବେ ହରିବନ୍ଧୁ ଶତପଥି, ସହ ସଂପାଦକ ଭାବେ ଶଶାଙ୍କ ଶେଖର ମିଶ୍ର, କୋଷାଧ୍ୟକ୍ଷ ଭାବେ ମାନସ ରଞ୍ଜନ ମିଶ୍ର ଏବଂ ଉପଦେଷ୍ଟା ଭାବେ ବିଭିଷଣ ଚାନ୍ଦ, ସୁଶିଲ କୁମାର ପାଣିଗ୍ରାହୀ, ଗରିବ ଚରଣ ମିଶ୍ର, ସିଦ୍ଧେଶ୍ୱର ଯୋଶୀ, ପ୍ରଦ୍ୟୁମ୍ନ ମିଶ୍ର, ଅରୁଣ ପାଢୀ ଏବଂ ସୀତାଂଶୁ ପାଢୀଙ୍କୁ ମନୋନୀତ କରାଯାଇଛି ।
ଏହି ବୈଠକରେ ସଭାପତି ଗୁରୁପ୍ରସାଦ ଦାଶ, ସଂପାଦକ ଦେବାଶିଷ ପୁରୋହିତ, ଆବାହକ ଶଙ୍କର ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ରଘୁନାଥ ଷଡଙ୍ଗୀ ଉପସ୍ଥିତ ରହିଥିଲେ । ସଂପାଦକ ଶ୍ରୀ ପୁରୋହିତ ଆସନ୍ତା ଡିସେମ୍ବର ୧୯ତାରିଖରେ ରାଜ୍ୟ ବ୍ରାହ୍ମଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଓ ଜିଲ୍ଲାର ବାର୍ଷିକ ଉତ୍ସବ ସଂପର୍କରେ ଆଲୋଚନା କରିଥିଲେ । ସଭାକାର୍ଯ୍ୟ ବୈଦିକ ରୀତିନୀତିରେ ଆୟୋଜନ କରିବା ପାଇଁ ଏବଂ ବରିଷ୍ଠ ବ୍ରାହ୍ମଣମାନଙ୍କ ସମ୍ମାନୀତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ ବରିଷ୍ଠ ପୁଜକ ସୁଶିଲ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031