Indus Valley Times

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ସରକାରୀ-ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ କଲେଜ ମଧ୍ୟ ବନ୍ଦ

 Breaking News

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ସରକାରୀ-ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ କଲେଜ ମଧ୍ୟ ବନ୍ଦ

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ସରକାରୀ-ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ କଲେଜ ମଧ୍ୟ ବନ୍ଦ
November 09
11:36 2022

କଣ୍ଟାବାଞ୍ଜି,୯/୧୧: କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା ଅବ୍ୟବସ୍ଥାକୁ ପ୍ରତିବାଦ କରି ଦୁଇ ଦିନ ଅନଶନରେ ବସିଥିଲେ। ହେଲେ କୌଣସି ସରକାରୀ ବାବୁଙ୍କ ଦେଖା ମିଳିଲା ନାହିଁ କି କୌଣସି ପ୍ରତିଶ୍ରୁତି ମିଳିଲା ନାହିଁ।
ଫଳରେ ତାତିଥିବା ଲୋକେ ରାଜ ରାସ୍ତାକୁ ଓହ୍ଲାଇଲେ। କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ସମସ୍ୟାକୁ ଦୂର କରିବା ନିମନ୍ତେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଗାଡ଼ି ଚଳାଚଳ ବନ୍ଦ ଥିବା ବେଳେ ଦୋକାନ, ବଜାର ବି ବନ୍ଦ ରହିଛି।
କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ପ୍ରତିବାଦରେ ଦୁଇ ଦିନ ଧରି କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ମେଡିକାଲ ସମ୍ମୁଖରେ ଧାରଣାରେ ବସିଥିଲେ।ଦୁଇ ଦିନ ଧରି ଧାରଣା ବସିଥିବା ସୁଦ୍ଧା କୌଣସି ସରକାରୀ ଅଧିକାରୀଙ୍କର ଦେଖା ନଥିଲା କି କୌଣସି ପ୍ରତିଶ୍ରୁତି ମିଳି ନଥିଲା। ପରେ କଣ୍ଟାବାଞ୍ଜି ସହରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା।
ଏହି ବନ୍ଦକୁ କଣ୍ଟାବାଞ୍ଜି ସହରର ଅନେକ ସଂଗଠନ ସମର୍ଥନ କରୁଛନ୍ତି କ୍ଷ ଡାକ୍ତରଖାନାରେ ଦୀର୍ଘ ଦିନ ହେଲା ଅନେକ ସମସ୍ୟା ଲାଗି ରହିଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହେଉନାହିଁ। ଫଳରେ ଏହି ବନ୍ଦ ଡାକରା ଦିଆଯାଇଥିବା ଅଭିଯୋଗ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031