Indus Valley Times

୧୭ରେ ଓଡିଶା ଛୁଇଁବ ମୌସୁମୀ

 Breaking News

୧୭ରେ ଓଡିଶା ଛୁଇଁବ ମୌସୁମୀ

୧୭ରେ ଓଡିଶା ଛୁଇଁବ ମୌସୁମୀ
June 13
10:48 2022

ଭୁବନେଶ୍ୱର, ୧୩ଜ୍ଝ୬: ଜୁନ୍ ଶେଷ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୌସୁମୀ ଡେରିରେ ପହଞ୍ଚିଲେ ବି ଅଧିକ ବର୍ଷା କରାଇବ । ଆସନ୍ତା ୧୭ରେ ମୌସୁମୀ ଓଡ଼ିଶା ଛୁଇଁବ । ୧୭ରୁ ୨୧ ଭିତରେ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ଆସନ୍ତା ଜୁନ୍ ୧୪ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବ । କିନ୍ତୁ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୫ ଓ ୧୬ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରାୟ ୪୦ ମିଲିମିଟର ବର୍ଷା ହେବ । ଆଭ୍ୟନ୍ତରରେ ୧୫ରୁ ୨୫ ମିଲିମିଟର ବର୍ଷା ହୋଇପାରେ । କେନ୍ଦ୍ରୀୟ ତଥା ଦକ୍ଷିଣ ଉପକୂଳରେ କମ୍ ବା ମାତ୍ର ୧୦ ମିଲିମିଟର ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ କହୁଛି, ଆସନ୍ତା ୪ ଦିନରେ ମୌସୁମୀ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ପହଞ୍ଚିବ । ସେହିଭଳି ୧୪ରୁ ୧୬ ଭିତରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି କୁହାଯାଇଛି ।
ରାଜ୍ୟରେ ସମ୍ଭାବ୍ୟ ବର୍ଷା ପାଇଁ ୧୩ରୁ ୧୬ ତାରିଖ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଆଜି ରାଜ୍ୟର ୧୦ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ିରେ ସାମାନ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି ।ଡ. ପଶୁପାଳକ ଆହୁରି କହିଛନ୍ତି, ଚଳିତ ସପ୍ତାହରେ ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳ ଓ ସଂଲଗ୍ନ ତେଲଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ପୂର୍ବ ଉତ୍ତରପ୍ରଦେଶରେ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଜୁନ୍ ୧୭ରେ ମୌସୁମୀ ଛୁଇଁପାରେ । ୧୮ରେ ଭୁବନେଶ୍ୱର ସମେତ ଉପକୂଳରେ ଛୁଇଁବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୧୭ରୁ ରାଜ୍ୟରେ ବର୍ଷା ବଢ଼ିବ ।
୧୭ରୁ ୨୧ ଭିତରେ ଉପକୂଳ ଜିଲ୍ଲାରେ ୨୦ରୁ ୩୦ ମିଲିମିଟର ବର୍ଷା ହେବ । ଆଭ୍ୟନ୍ତରୀଣ ଅଞ୍ଚଳରେ ୬୦ରୁ ୭୫ମିଲିମିଟର ବର୍ଷା ହୋଇପାରେ । ଜୁନ୍ ଶେଷ ସପ୍ତାହରେ ଅଧିକ ବର୍ଷା ହେବ । ଭୁବନେଶ୍ୱର ସମେତ ଉପକୂଳରେ ଜୁନ୍ ୧୪ରୁ ଗରମ କମିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ରୁ କମିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031