Indus Valley Times

୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୪ ଗିରଫ

 Breaking News

୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୪ ଗିରଫ

୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୪ ଗିରଫ
June 26
13:55 2022

ଭୁବନେଶ୍ବର, ୨୬/୬: ଖୋର୍ଦ୍ଧାରେ ଏସଟିଏଫ୍ ଟିମ୍ ଚଢ଼ାଉ କରି ୧୦୩୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଥିବା ଜଣାଯାଇଛି।
ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ଖୋର୍ଦ୍ଧାରେ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା। ସେଠାରୁ ୧୦୩୦ ଗ୍ରାମ ଓଜନର ବ୍ରାଉନସୁଗାର ସହ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଥିଲା।
ଘଟଣାସ୍ଥଳରୁ ଚାରିଜଣ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ରାକେଶ କୁମାର ବାରିକ, ବିରଞ୍ଚି ନାରାୟଣ ସାହୁ, ଜଗବନ୍ଧୁ ବିଶ୍ବାଳ ଓ ସନ୍ତୋଷ ରାଉତରାୟ। ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ନିଶାଦ୍ରବ୍ୟ ବିରୁଦ୍ଧରେ ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରଖିଛି ଏସଟିଏଫ୍। ୨୦୨୦ ପରଠାରୁ ଏସଟିଏଫ ୫୫ କିଲୋଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର, ହେରୋଇନ୍, ୨୦୨ ଗ୍ରାମ କୋକେନ୍, ୧୧୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜାଇ ଜବତ କରିଥିବା ଜଣାଯାଇଛି। ଠିକ୍ ସେହିପରି ୧୫୬ ଜଣ ବେପାରୀଙ୍କୁ ଗିରଫ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031