Indus Valley Times

୧ କୋଟି ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା : ସରକାର

 Breaking News

୧ କୋଟି ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା : ସରକାର

୧ କୋଟି ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା : ସରକାର
December 04
20:20 2020

ନୂଆଦିଲ୍ଲୀ,୪/୧୨: କରୋନା ଯୁଦ୍ଧରେ ଉଭୟ ସରକାରୀ ତଥା ବେସରକାରୀ କ୍ଷେତ୍ରରେ କାର‌୍ୟ୍ୟରତ ଥିବା ପ୍ରାୟ ଏକ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଏବଂ ପରେ ପ୍ରାୟ ଦୁଇ କୋଟି ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ଦିନ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଘୋଷଣା କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସର୍ବ ଦଳୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଚିବ ଶ୍ରୀ ଭୂଷଣ କହଛନ୍ତି ଯେ ଡାକ୍ତର ଏବଂ ନର୍ସଙ୍କ ସମେତ ପ୍ରାୟ ଏକ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ୍-୧୯ ଟିକା ଦିଆଯିବ। ଏହା ପରେ ଏହା ପ୍ରାୟ ଦୁଇ କୋଟି ଫ୍ରଣ୍ଟ ଲାଇନ କର୍ମଚାରୀ ଯଥା ପୁଲିସ ଏବଂ ସଶସ୍ତ୍ର ବାହିନୀର କର୍ମଚାରୀ ଏବଂ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି ।
ପ୍ରସଙ୍ଗକ୍ରମେ ଉଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ, ହାଇଦ୍ରାବାଦ ଏବଂ ପୁଣେର ଫାର୍ମାସ୍ୟୁଟିକାଲ୍ କମ୍ପାନି ଗସ୍ତକରି ସେଠାରେ କରୋନାଭାଇରସ୍ ଟିକା ବିକାଶ କାର‌୍ୟ୍ୟର ସମୀକ୍ଷା କରି ଫେରିବା ପରେ ଆଜି ଏହି ସର୍ବଦଳୀୟ ବୈଠକ ଆୟୋଜିତ ହୋଇଥିଲା। ଯେଉଁଠାରେ ଦେଶରେ କୋଭିଡ୍-୧୯ ଟିକାର ବଣ୍ଟନ ନେଇ ସବିଶେଷ ଆଲୋଚନା କରା ଯାଇଥିଲା।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031