Indus Valley Times

୨୪ ଘଣ୍ଟାରେ ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ , ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ

 Breaking News

୨୪ ଘଣ୍ଟାରେ ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ , ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ

January 20
10:42 2022

ଭୁବନେଶ୍ୱର,୨୦/୧: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ ଅଛନ୍ତି। ୧୦,୩୬୮ ଜଣଙ୍କ ମଧ୍ୟରୁ ୬୦୧୫, ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୩୫୩ ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୦୩୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୫୦୫, କଟକରୁ ୯୪୦, ଷ୍ଟେଟପୁଲରୁ ୬୬୪, ବାଲେଶ୍ୱରରୁ ୩୦୪, ଯାଜପୁରରୁ ୨୯୦, ବଲାଙ୍ଗିରରୁ ୨୫୩,ସମ୍ବଲପୁରରୁ ୨୪୭, ରାୟଗଡ଼ାରୁ ୨୦୮, କୋରାପୁଟରୁ ୨୦୨, ନୂଆପଡ଼ାରୁ୧୯୬, କଳାହାଣ୍ଡିରୁ ୧୯୪, ସୁବର୍ଣ୍ଣପୁରରୁ ୧୮୦, ଜଗତସିଂହପୁରରୁ ୧୬୫, ମୟୂରଭଞ୍ଜରୁ ୧୬୫ ଓ ନବରଙ୍ଗପୁରରୁ ୧୬୨ ଜଣ କରୋନା ଆକାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ଅନୁଗୋଳରୁ ୧୩୬,ବରଗଡ଼ ୧୫୨, ଭଦ୍ରକ ୧୨୯, ବୌଦ୍ଧ ୭୬, ଦେବଗଡ଼ ୭୮, ଢେଙ୍କାନାଳ ୮୩, ଗଜପତି ୧୦୦,ଗଞ୍ଜାମ ୮୭, ଝାରସୁଗୁଡ଼ା ୧୫୭, କନ୍ଧମାଳ ୮୩, କେନ୍ଦ୍ରାପଡ଼ା ୧୦୬, କେନ୍ଦୁଝର ୧୨୩,ମାଲଗାନଗିରି ୫୮, ନୟାଗଡ଼ ୧୪୯, ପୁରୀ ୧୪୦ ଓ ସୋନପୁର ୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୮୦୫୬୨ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୮୩୪୬ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ୮ ହଜାର ୫୦୧କୁ ବୃଦ୍ଧି ପାଇଛି।
ରାଜ୍ୟରେ ଆଉ ସାତ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅଡିଟ୍ ପ୍ରୋସେସରେ ଆଉ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031