Indus Valley Times

୨୯ ବର୍ଷ ପରେ ବେଲଜିୟମ୍ରୁ ନିଜ ଜନ୍ମମାଟିକୁ ଫେରିଲେ ମାମିନା : ପରିବାରକୁ ପାଇ ବିଭୋର ମାମିନା

 Breaking News

୨୯ ବର୍ଷ ପରେ ବେଲଜିୟମ୍ରୁ ନିଜ ଜନ୍ମମାଟିକୁ ଫେରିଲେ ମାମିନା : ପରିବାରକୁ ପାଇ ବିଭୋର ମାମିନା

୨୯ ବର୍ଷ ପରେ ବେଲଜିୟମ୍ରୁ ନିଜ ଜନ୍ମମାଟିକୁ ଫେରିଲେ ମାମିନା : ପରିବାରକୁ ପାଇ ବିଭୋର ମାମିନା
July 10
08:35 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୦/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା ୧୯୯୩ରେ ନିଜ ସ୍ତ୍ରୀଙ୍କ ମୃତ୍ୟୁପରେ ୩ ମାସର ଶିଶୁକନ୍ୟାକୁ ଜି.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମଠାରେ ଛାଡ଼ିଥିଲେ।
ସେହି ୩ ମାସର ଝିଅ ମାମିନା ଆଜି ୨୯ ବର୍ଷ ବୟସରେ ନିଜ ମାତୃଭୂମିକୁ ଫେରିଛି। କିଛି ବର୍ଷ ପୂର୍ବେ ୟୁକେ ବେଲଜିୟମର ନିଃସନ୍ତାନ ଦମ୍ପତି ଏହି ଝିଅକୁ ପୋଷ୍ୟା କନ୍ୟା ରୂପେ ସରକାରୀ ନିୟମ ଅନୁସାରେ ଗ୍ରହଣ କରିଥିଲେ।
କିନ୍ତୁ କିଛି ବର୍ଷ ପରେ ସେହି ଝିଅ କମ୍ବୋଡିଆ ବୁଲିଯାଇଥିବା ବେଳେ ସେଠାକାର ଅଂଗ୍ଲୋ ଇଣ୍ଡିଆନମାନେ ମାମିନାଙ୍କୁ ପ୍ରଶ୍ନ କରିଥିଲେ କି ତୁମେ କ’ଣ ଅଂଗ୍ଲୋ ଇଣ୍ଡିଆନ?
ଏହା ଶୁଣି ପାଳିତ ବାପା ମା’ଙ୍କୁ ନିଜ ବିଷୟରେ ପଚାରିଥିଲେ ଓ ଜାଣିବାକୁ ପାଇଲେ ସେ ଜଣେ ଭାରତୀୟ ତାକୁ ପୋଷ୍ୟା କନ୍ୟା ରୂପେ ଗ୍ରହଣ କରି ବେଲଜିୟମର ପରିବାର ଲାଳନ ପାଳନ କରିଛନ୍ତି।
ବର୍ତ୍ତମାନ ସେ ଜଣେ ଉଚ୍ଚ ଶିକ୍ଷିତ ଓ ବିବାହିତା ମଧ୍ୟ। ନିଜ ପ୍ରକୃତ ପରିଚୟ ଓ ପରିବାର ଠିକଣା ପାଇବା ପାଇଁ ମାମିନା ପୁନେ ଉଚ୍ଚ ନ୍ୟାୟାଳୟର ମହିଳା ଓକିଲ ଅଞ୍ଜ ପାୱାରଙ୍କ ମାଧ୍ୟମରେ ଭାରତ ଆସିବା ପରେ ଓଡ଼ିଶା ଆସି ପହଞ୍ଚି ପାରିଥିଲେ।
ପରିବାରକୁ ପାଖରେ ପାଇ ମାମିନା ବହୁ ଖୁସି ଅନୁଭବ କରୁଥିବା ପ୍ରକାଶ କରିବା ସହ ଏହି ଅଞ୍ଚଳ ମୋ ଜନ୍ମଭୂମି ଓ ଭାରତ ମୋ ଦେଶ ବୋଲି କହିବା ବେଳେ ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଥିଲା।
ଜି.ଉଦୟଗିରି ପହଞ୍ଚି ପରିବାର ସହିତ ସୁଭଦ୍ରା ମହତାବ ସଦନ ର କର୍ତ୍ତୃପକ୍ଷ ଙ୍କୁ ଯାଇ ସୌଜନ୍ୟ ମୂଳକ ସାକ୍ଷାତ ମଧ୍ୟ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031