Indus Valley Times

୩ବର୍ଷ ପରେ ପୁଣି ଥରେ ଉଡ଼ାଣ କରିବ ଜେଟ୍ ଏୟାରୱେଜ୍

 Breaking News

୩ବର୍ଷ ପରେ ପୁଣି ଥରେ ଉଡ଼ାଣ କରିବ ଜେଟ୍ ଏୟାରୱେଜ୍

୩ବର୍ଷ ପରେ ପୁଣି ଥରେ ଉଡ଼ାଣ କରିବ ଜେଟ୍ ଏୟାରୱେଜ୍
May 22
21:54 2022

ନୂଆଦିଲ୍ଲୀ,୨୨/୫:ପୁଣି ଥରେ ଉଡାଣ କରିବ ଜେଟ୍ ଏୟାରୱେଜ୍ । କିଛି ମାସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ବନ୍ଦ ହୋଇଯାଇଥିଲା ବିମାନ କମ୍ପାନି ଜେଟ୍ ଏୟାରୱେଜ୍।
୨୦୧୯ରେ କମ୍ପାନି ବନ୍ଦ ହୋଇଥିବା ବେଳେ ଆଗୁଆ ବୁକିଂ କରିଥିବା ଟିକେଟ ପାଇଁ ଲୋକଙ୍କୁ ଟଙ୍କା ଫେରସ୍ତ ମିଳିନଥିଲା। ବିମାନ କମ୍ପାନି ବନ୍ଦ ହେବା ପରେ ନିଜ ନିଜର ଟଙ୍କା ଫେରସ୍ତ ପାଇଁ ଲୋକେ ଅଭିଯୋଗ କରିଥିଲେ। ହେଲେ କମ୍ପାନି ବନ୍ଦ ହେବା ପରେ ସେମାନଙ୍କୁ ଆଉ ଟଙ୍କା ଫେରସ୍ତ ମିଳିବ ନାହିଁ ବୋଲି ଭାବି ଚୁପ ବସିଥିଲେ ଯାତ୍ରୀ। କିନ୍ତୁ ଏବେ ୩ବର୍ଷ ପରେ ଜେଟ୍ ଏୟାରୱେଜ୍ ପୁଣି ଥରେ ଉଡ଼ାଣ କରିବାକୁ ଯାଉଥିବା ବେଳେ ବାକିଥିବା ଯାତ୍ରୀଙ୍କ ଟଙ୍କା ଫେରାଇବ ବୋଲି କହିଛି।
ଜେଟ ଏୟାରୱେଜ୍ ଏକ ଡକ୍ୟୁମେଣ୍ଟରେ ଦର୍ଶାଇଛି ଯେ ଟିକେଟ୍ ପାଇଁ ୩,୧୨୦ କୋଟି ଟଙ୍କା ଫେରସ୍ତ ଦାବି କରିଥିବା ୫,୧୭୪ଟି ମାମଲା ଆମ ପାଖକୁ ଆସିଥିଲା। ମୋଟ ଦାବି ମଧ୍ୟରୁ ଏୟାରଲାଇନ୍ସ ୨୦୨୮ କୋଟି ଟଙ୍କା ଦେବାକୁ ସ୍ଥିର କରିଥିବା ବେଳେ ୧,୦୯୨କୋଟି ଟଙ୍କା ଦେବାକୁ ମନା କରିଛି।
ସୂଚନା ମୁତାବକ, ପୁଣି ଥରେ ଉଡ଼ାଣ କରିବା ପାଇଁ ଜେଟ ଏୟାରୱେଜକୁ ଗୃହ ମନ୍ତ୍ରାଳୟ ସୁରକ୍ଷା ମଞ୍ଜୁରୀ ଦେଇସାରିଛି। ସରକାରୀ ଦଲିଲ ଅନୁଯାୟୀ ଜେଟ ଏୟାରୱେଜର ବିମାନ କିଛି ମାସ ମଧ୍ୟରେ ନିଜର ଉଡ଼ାଣ ଆରମ୍ଭ କରିବାକୁ ଯାଉଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କମ୍ପାନିକୁ ପଠାଇଥିବା ଚିଠିରେ କୁହାଯାଇଛି ଯେ ଗୃହ ମନ୍ତ୍ରାଳୟ ଜେଟ ଏୟାରୱେଜକୁ ଆବଶ୍ୟକ ଥିବା ସମସ୍ତ ସୁରକ୍ଷା ମଞ୍ଜୁରୀ ଦେଇଛନ୍ତି।
ଏପ୍ରିଲ୍ ୨୦୧୯ଠାରୁ ବନ୍ଦ ହୋଇଥିବା ଏହି ବିମାନ କମ୍ପାନି ଏକ ନୂତନ ଅବତାର ପାଇବାକୁ ଯାଉଛି। ଜେଟ ଏୟାରୱେଜର ନୂତନ ମାଲିକ ହୋଇଛନ୍ତି ଜାଲାନ୍ କାଲ୍ରକ୍ କନ୍ସୋର୍ଟିୟମ୍।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031