Indus Valley Times

୩୦ମିନିଟ୍ ସମୟ ଦିଲେ ମୁଁ ପ୍ରମାଣ ଦେବି କିଏ ଦୋଷୀ: ଅର୍ଚ୍ଚନା ନାଗ

 Breaking News

୩୦ମିନିଟ୍ ସମୟ ଦିଲେ ମୁଁ ପ୍ରମାଣ ଦେବି କିଏ ଦୋଷୀ: ଅର୍ଚ୍ଚନା ନାଗ

୩୦ମିନିଟ୍ ସମୟ ଦିଲେ ମୁଁ ପ୍ରମାଣ ଦେବି କିଏ ଦୋଷୀ: ଅର୍ଚ୍ଚନା ନାଗ
December 06
14:07 2022

ଭୁବନେଶ୍ୱର,୬/୧୧: ବିସ୍ଫୋରକ ବୟାନ ଦେଲେ ଲେଡି ବ୍ଲାକମେଲର ଅଭିଯୁକ୍ତ ଅର୍ଚ୍ଚନା ନାଗ। କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଛନ୍ତି ।ଅର୍ଚ୍ଚନା କହିଛନ୍ତି, ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ କହିଲେ। ମୋତେ ସଫିସିଏଣ୍ଟ ସମୟ ଦରକାର, ୩୦ ମିନିଟ୍ ଦରକାର। ମୋତେ ଫସାଇ ଦେଇଛନ୍ତି, ତଥ୍ୟ ପ୍ରମାଣ ସହ ସବୁ ଦେବି। ମୁଁ କାହାକୁ ଛାଡ଼ିବିନି ବୋଲି ଅର୍ଚ୍ଚନା ନାଗ ଚେତାବନୀ ଦେବା ସହ ସମସ୍ତେ ପଣସ ଖାଇ ତାଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥି ସହ ସେ ଇଡି ତଦନ୍ତକୁ ସ୍ୱାଗତ କରିବା ସହ ସମୟକୁ ଅପେକ୍ଷା କରିଥିବା କଥା କହିଛନ୍ତି।
ମିଡିଆରେ ବୟାନ ଦେଲାବେଳେ ଅର୍ଚ୍ଚନା ଚେତାବନୀ ଦେଇଛନ୍ତି ଯେ ମୁଁ କାହାକୁ ଛାଡ଼ିବିନି, ସବୁ ଗୁମର ଖୋଲିବ । ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ। ମୋ ପାଟି ବନ୍ଦ କରି ମୋତେ ସେମାନେ ଆରେଷ୍ଟ କଲେ। ମୁଁ ପ୍ରେସମିଟ୍ କରିଥାନ୍ତି, ମୁଁ କଣ ଆତଙ୍କବାଦୀ ବୋଲି ଅର୍ଚ୍ଚନା ନାଗ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତିଯେ, ଏହି ବ୍ଲାକମେଲିଂ ଘଟଣାରେ କିଏ କିଏ ସବୁ ସଂପୃକ୍ତ ଅଛନ୍ତି ସବୁର ଖୁଲାସା କରିବି। ନେତା, ମନ୍ତ୍ରୀ କି ଆଉ କିଏ ହୁଅନ୍ତୁ, ସବୁ ଖୋଲି ଦେବି। ତେବେ ଶ୍ରଦ୍ଧାଞ୍ଜଳି ପ୍ରସଙ୍ଗରେ ଅର୍ଚ୍ଚନା କହିଛନ୍ତି, ଯଦି ସତସାହସ ଅଛି ସେ ତୁରନ୍ତ ସାମ୍ନାକୁ ଆସୁ। ତେବେ ମୋଟାମୋଟି ଭାବେ ତାଙ୍କୁ ଏଥିରେ ଫସାଇ ଦେଇ ଅନ୍ୟମାନେ ଖସିଯିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ସେ କାହାକୁ ଛାଡ଼ିବେ ନାହିଁ ବୋଲି ସଫା ସଫା ଶୁଣାଇଦେଇଛନ୍ତି।
କିଛି ନଜାଣି ମୋତେ ବଦନାମ କଲେ, ମୋ ଛୁଆର ଲୁହ ପଡ଼ିବ। ମୁଁ ସମୟକୁ ଅପେକ୍ଷା କରିଛି, ଇଡି ତଦନ୍ତ କରୁ। ଯେତେ ବଡ଼ ବଡ଼ ତଦନ୍ତକାରୀ ସଂସ୍ଥା ଆସନ୍ତୁ, ମୁଁ ପ୍ରସ୍ତୁତ। ମୁଁ ଇଡିକୁ ଅପେକ୍ଷା କରିଥିଲି, ମୁହଁ ଖୋଲିବାକୁ ସୁଯୋଗ ମିଳିବ। କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି ସେ କହିଛନ୍ତି।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅର୍ଚ୍ଚନାକୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି। ହେଲେ କେବଳ ୭ ଦିନ ପାଇଁ ଅନୁମତି ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031