Indus Valley Times

୩୧୧୮୮ ଜଣ ଚାଷୀଙ୍କ ଠାରୁ ୨୧୧୯୫୦୧ କ୍ୱିଂଟାଲ୍ ଧାନ ସଂଗ୍ରହ

 Breaking News

୩୧୧୮୮ ଜଣ ଚାଷୀଙ୍କ ଠାରୁ ୨୧୧୯୫୦୧ କ୍ୱିଂଟାଲ୍ ଧାନ ସଂଗ୍ରହ

December 04
13:35 2019

ଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ
ଭୁବନେଶ୍ୱର,୪ ।୧୧: ରାଜ୍ୟ ସରକାରଙ୍କ ଦ୍ୱାରା ଖରିଫ୍ ଧାନ ସଂଗ୍ରହ ବର୍ଷ ୨୦୧୯-୨୦ରେ ଆଜି ସୁଦ୍ଧା ୩୧ ହଜାର ୧୮୮ ଜଣ ଚାଷୀ ମୋଟ ୨୧ ଲକ୍ଷ ୧୯ ହଜାର ୫୦୧ କ୍ୱିଂଟାଲ୍ ଧାନ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ରରେ ବିକ୍ରି କରିଛନ୍ତି ଯାହାକି ଗତବର୍ଷ ଆଜିର ଦିନଠାରୁ ୧୩ ପ୍ରତିଶତ ଅଧିକ । ଗତ ୨୦୧୮ ଡିସେମ୍ବର ୩ ତାରିଖ ସୁଦ୍ଧା ମୋଟ ୧୮ ଲକ୍ଷ ୭୮ ହଜାର ୮୭୧ କ୍ୱିଂଟାଲ୍ ଧାନ ସଂଗ୍ରହ ହୋଇଥିଲା ।
ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍ଲାଇନ୍ରେ ପଞ୍ଜୀକୃତ ଚାଷୀମାନଙ୍କୁ ଆଗୁଆ ଟୋକେନ୍ ବ୍ୟବସ୍ଥାରେ ପି-ପାସ୍ ଜରିଆରେ ଧାନ ସଂଗ୍ରହ କରାଯାଉଛି । ବର୍ତମାନ ସୁଦ୍ଧା ୧୭ଟି ଜିଲ୍ଲାରେ ୯୬୬ଟି ଧାନ ସଂଗ୍ରହ କେନ୍ଦ୍ରରୁ ୧ ଲକ୍ଷ ୫୨ ହଜାର ୯୭୫ ଜଣ ଚାଷୀଙ୍କୁ ୨ ଲକ୍ଷ ୫ ହଜାର ୬୦୧ ଟି ଆଗୁଆ ଟୋକେନ୍ ଦିଆଯାଇଛି ।
ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାରେ ୧୬ ହଜାର ୨୩ ଜଣ ଚାଷୀ ୧୧ ଲକ୍ଷ ୩୮ ହଜାର ୬୧୬ କ୍ୱିଂଟାଲ୍ ଧାନ ବିକ୍ରି କରିଥିବାବେଳେ ବଲାଙ୍ଗୀର ଜିଲ୍ଲାର ୨୦୭୭ ଜଣ ଚାଷୀ ୧ ଲକ୍ଷ ୪୬ ହଜାର ୫୯ କ୍ୱିଂଟାଲ୍, କଳାହାଣ୍ଡି ଜିଲ୍ଲାର ୩୫୦୫ ଜଣ ଚାଷୀ ୨ ଲକ୍ଷ ୩୨ ହଜାର ୬୧୧ କ୍ୱିଂଟାଲ୍, ମାଲକାନଗିରିର ୨୮୭୭ ଜଣ ଚାଷୀ ୧ ଲକ୍ଷ ୫ ହଜାର ୯୫୬ କ୍ୱିଂଟାଲ୍, ନୂଆପଡ଼ା ଜିଲ୍ଲାର ୧୭୮୬ ଜଣ ଚାଷୀ ୬୯ ହଜାର ୫୪୩ କ୍ୱିଂଟାଲ୍, ସମ୍ବଲପୁର ଜିଲ୍ଲାର ୨୫୩୪ ଜଣ ଚାଷୀ ୨ ଲକ୍ଷ ୩୩ ହଜାର ୭୩୦ କ୍ୱିଂଟାଲ୍ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୧୯୨୧ ଜଣ ଚାଷୀ ୧ ଲକ୍ଷ ୬୬ ହଜାର ୩୧୪ କ୍ୱିଂଟାଲ୍ ଧାନ ବିଭିନ୍ନ ପ୍ୟାକସ୍ରେ ଧାନ ବିକ୍ରି କରିଛନ୍ତି । ସେହିପରି ଧାନ ବିକ୍ରି ମୂଲ୍ୟ ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ ଆଜି ସୁଦ୍ଧା ୨୮ ହଜାର ୮୦୧ ଜଣ ଚାଷୀଙ୍କ ବ୍ୟାଙ୍କ ଅ ।କାଉଂଟକୁ ୩୨୪ କୋଟି ୩୫ ଲକ୍ଷ ୭୯ ହଜାର ୨୪୪ ଟଙ୍କା ପ୍ରଦାନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031