Indus Valley Times

୩୯ ବର୍ଷରେ ପାଦ ଥାପିଲେ ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା

 Breaking News

୩୯ ବର୍ଷରେ ପାଦ ଥାପିଲେ ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା

July 18
11:35 2021

ନୂଆଦିଲ୍ଲୀ, ୧୮/୭ : ବଲିଉଡର ‘ଦେଶୀ ଗାର୍ଲ’ପ୍ରିୟଙ୍କା ଚୋପ୍ରା ଜୋନ୍ସ ରବିବାର ୩୯ ବର୍ଷରେ ପାଦ ଥାପିଛନ୍ତି । ୧୮୮୨ ମସିହା ଜୁଲାଇ ୧୮ରେ ଜାମସେଦପୁରରେ ଜନ୍ମ ଗ୍ରହଣ କରିଥିଲେ ବ୍ଲାକ ବିୟୁଟି ପିସି । ସେ କେବଳ ବଲିଉଡରେ ନୁହେଁ ହଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି । ୨୦୦୦ ମସିହାରେ ମିସ୍ ୱାର୍ଲଡର ମୁକୁଟ ପିନ୍ଧିଥିଲେ । ଏହାସହ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ ବି କରାଯାଇଛି ।
ସେ ତାଙ୍କ ଜୀବନରେ ଅନେକ ଫ୍ଲପ୍ ସହ ହିଟ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ବହୁ ସଂଘର୍ଷ ପରେ ସେ ଶିଖରକୁ ପହଞ୍ଚିଛନ୍ତି । ପ୍ରିୟଙ୍କା ଚୋପ୍ରା ୨୦୦୨ରେ ତାମିଲ ଫିଲ୍ମ ଦ୍ବାରା ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପେ ସେ ୨୦୦୩ ମସିହାରେ ସନି ଦେଓଲଙ୍କ ସହ ‘ଦ ହିରୋ’ଫିଲ୍ମରେ ଦ୍ବିତୀୟ ଲିଡ ରୋଲରେ ଅଭିନେତ୍ରୀ ଭାବେ ନଜର ଆସିଥିଲେ ।
ପରେ ପ୍ରିୟଙ୍କା ୨୦୦୩ରେ ଅକ୍ଷୟ କୁମାର ବିପକ୍ଷରେ ଅନ୍ଦାଜ ଫିଲ୍ମରେ କାମ କରିଥିଲେ । କିନ୍ତୁ ଏତେ ଫିଲ୍ମ କରିବା ପରେ ଯେତେବେଳେ ୨୦୦୪ରେ ଅକ୍ଷୟଙ୍କ ସହ ‘ଏତରାଜ’ ଫିଲ୍ମରେ କାମ କରିବାର ସୁଯୋଗ ମିଳିବା ପରେ ତାଙ୍କ ଭାଗ୍ୟ ଚମକି ଥିଲା । ସେହି ଫିଲ୍ମରେ ଦର୍ଶକମାନେ ତାଙ୍କୁ ଖୁବ୍ ପସନ୍ଦ କରିଥିଲେ । ଏହା ପର ଠାରୁ ପ୍ରିୟଙ୍କା କେବେ ପଛକୁ ଫେରି ଦେଖିନାହାନ୍ତି ।
ପ୍ରିୟଙ୍କା ଚୋପ୍ରାଙ୍କ ସହ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତାଙ୍କ ଆଫେୟାର୍ସ ନେଇ ଚର୍ଚ୍ଚା ହେଉଛି । ଅଭିନେତା ଖିଲାଡି କୁମାରଙ୍କ ସହ ତାଙ୍କର ଅନେକ ଫିଲ୍ମ କରିଥିଲେ । ସେହି ସମୟ ମଧ୍ୟରେ ସେମାନଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏହା ସହ ମିଡିଆରେ ଅନେକ ଖବର ପ୍ରଚାର ହୋଇଥିଲା । ଏହା ଟ୍ୱିଙ୍କିଲ ଖାନ୍ନାଙ୍କ କାନରେ ପଡିବା ମାତ୍ରେ ପ୍ରିୟଙ୍କା ସହ ଖୁବ୍ ଝଗଡା ହୋଇଥିଲା । କେବଳ ଏତିକି ନୁହେଁ ଟ୍ୱିଙ୍କିଲଙ୍କ ସହ ଅକ୍ଷୟଙ୍କ ସହ ତୁ ତୁ ମେଁ ମେଁ ହୋଇଥିଲା ।
ଫଳରେ ପ୍ରିୟଙ୍କାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ । କିନ୍ତୁ ପରେ ତାଙ୍କର ଶାହାରୁଖ ଖାନ୍ ଙ୍କ ସହ ମଧ୍ୟ ସମ୍ପର୍କକୁ ନେଇ ଖବର ଆସିଥିଲା । ଏଥିପାଇଁ ଗୌରି ଖାନ୍ ମଧ୍ୟ ଶାହାରୁଖଙ୍କୁ ୱାର୍ନିଂ ଦେଇଥିଲେ । ଏହା ସହ ସେ ସାହିଦ ଓ ହରମନ ବଜାଜଙ୍କ ସହ ମଧ୍ୟ ନାମ ଯୋଡାଯାଇଛି । ହେଲେ ଶେଷରେ ସେ ୨୦୧୮ରେ ଇଣ୍ଟରନ୍ୟାସନାଲ କଣ୍ଠଶିଳ୍ପୀ ନିକ ଜୋନ୍ସଙ୍କୁ ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।
ପ୍ରିୟଙ୍କା ବର୍ଷ ଆରମ୍ଭରୁ ସେ ୟୁଏସରେ ରହି ଆସୁଛନ୍ତି । କିନ୍ତୁ ଏଥର ନିଜର ଜନ୍ମ ଦିନ ଲଣ୍ଡନରେ ସେଲିବ୍ରେଟ କରିପାରନ୍ତି । ବର୍ତ୍ତମାନ ସେ ଅନେକ ପ୍ରୋଜେକ୍ଟ ପାଇଁ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ସହ ଏଥିରେ ଵଲିଉଡ୍ ଫିଲ୍ମ ମଧ୍ୟ ସାମିଲ ଅଛି । କିନ୍ତୁ ଏହାର କିଛି ନାମ ଘୋଷଣା କରାଯାଇ ନାହିଁ । ପ୍ରିୟଙ୍କା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଥିବାରେ ଦେଖିବାକୁ ମିଳେ ।
ତାଙ୍କର ସୋସିଆଲ ମିଡିଆ ବ୍ୟତୀତ ଅନେକ ଫ୍ୟାନ୍ସ ଫଲୋର୍ସ ମଧ୍ୟ ଅଛନ୍ତି । ସେ ତାଙ୍କ ଜନ୍ମଦିନ ପୂର୍ବରୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ଷ୍ଟୋରୀରେ ଏକ ବ୍ଲୁ ରଙ୍ଗର ସୁଇମିଂ ଶୁଟ୍ ପିନ୍ଧି ଫଟୋ ସେଆର କରିଛନ୍ତି । ଏହି ଶୁଟରେ ସେ ଖୁବ୍ ହଟ ଗ୍ଲାମରସ୍ ଦେଖାଯାଉଥିବାର ନଜର ଆସିଥିଲେ । ଯେଉଁଥିରେ ଫଟୋର ତଳେ କ୍ୟାପସନରେ ‘ପ୍ରି ବାର୍ଥ ଡେ ଭାଇବ୍ସ’ ଲେଖି ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031