Indus Valley Times

୩ ବର୍ଷରେ ରାଜ୍ୟରେ ୧୫ ହଜାରରୁ ଅଧିକ ଦୁଷ୍କର୍ମ ମାମଲା,୫ ହଜାରରୁ ଅଧିକ ନାବାଳିକା

 Breaking News

୩ ବର୍ଷରେ ରାଜ୍ୟରେ ୧୫ ହଜାରରୁ ଅଧିକ ଦୁଷ୍କର୍ମ ମାମଲା,୫ ହଜାରରୁ ଅଧିକ ନାବାଳିକା

୩ ବର୍ଷରେ ରାଜ୍ୟରେ ୧୫ ହଜାରରୁ ଅଧିକ ଦୁଷ୍କର୍ମ ମାମଲା,୫ ହଜାରରୁ ଅଧିକ ନାବାଳିକା
July 04
17:00 2022

ଭୁବନେଶ୍ୱର, ୪/୭: ରାଜ୍ୟରେ ଚିନ୍ତାଜନକ ଭାବେ ବଢୁଛି ଦୁଷ୍କର୍ମ ମାମଲା। ଗତ ୩ ବର୍ଷ ଭିତରେ ମୋଟ ପ୍ରାୟ ୧୫ ହଜାର ଦୁଷ୍କର୍ମ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହୋଇଛି।
୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମହିଳାଙ୍କ କ୍ଷେତ୍ରରେ ୨୦୧୯ରୁ ୨୦୨୨ ଭିତରେ ୧୦ ହଜାର ୧୨୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେହିପରି ଏହି ସମୟ ଭିତରେ ୫ ହଜାର ୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ଆସିଛି।
ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏହି ଉତ୍ତର ରଖିଛନ୍ତି। ଯାହା ସଭିଙ୍କ ମହଲରେ ଉଦ୍ବେଗର ବିଷୟ ହୋଇଛି।
ମନ୍ତ୍ରୀ ରଖିଥିବା ତଥ୍ୟ ମୁତାବକ, ରାଜ୍ୟର ବିଭିନ୍ନ ଥାନାରେ ୨୦୧୯ରେ ୨ ହଜାର ୯୫୦ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୨ ହଜାର ୯୮୪ ଦୁଷ୍କର୍ମ ମାମଲା ହୋଇଛି। ସେହିପରି ୨୦୨୧ରେ ୩ ହଜାର ୩୨୭ ଏବଂ ୨୦୨୨ରେ ୮୬୮ଟି ଦୁଷ୍କର୍ମ ମାମଲା ହୋଇଛି।
ନାବାଳିକା ଦୁଷ୍କର୍ମ ମାମଲା ଉପରେ ନଜର ପକାଇଲେ ୨୦୧୯ରେ ୧ ହଜାର ୬୩୫ଟି ମାମଲା, ୨୦୨୦ରେ ୧ ହଜାର ୬୪୬ଟି ମାମଲା, ୨୦୨୧ରେ ୧ ହଜାର ୮୭୧ଟି ମାମଲା ଏବଂ ୨୦୨୨ରେ ଏପର୍ଯ୍ୟନ୍ତ ୪୩୨ଟି ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031