Indus Valley Times

୪୭୯୦ କନେଷ୍ଟବଳ ପଦବୀ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ୪ଟି ପର୍ଯ୍ୟାୟରେ ମିଳିବ ନିଯୁକ୍ତି

 Breaking News

୪୭୯୦ କନେଷ୍ଟବଳ ପଦବୀ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ୪ଟି ପର୍ଯ୍ୟାୟରେ ମିଳିବ ନିଯୁକ୍ତି

୪୭୯୦ କନେଷ୍ଟବଳ ପଦବୀ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ୪ଟି ପର୍ଯ୍ୟାୟରେ ମିଳିବ ନିଯୁକ୍ତି
December 23
19:00 2022

ଭୁବନେଶ୍ୱର,୨୩/୧୨: ଓଡ଼ିଶା ପୁଲିସରେ ଖାଲି ପଡ଼ିଥିବା କନେଷ୍ଟବଳ ପଦବୀ ମଧ୍ୟରୁ ୪ଟି ପର୍ଯ୍ୟାୟରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି ନିର୍ଦ୍ଦେଶନାମା ଜାରି କରିବା ସହ ଖାଲିଥିବା ପଦବୀ ପୂରଣ କରିବାକୁ ପ୍ରକ୍ରିୟା ଆରମ୍ଭ ନିମନ୍ତେ ପରାମର୍ଶ ଦେଇଛନ୍ତି ।
ରାଜ୍ୟର ୩୪ଟି ପୁଲିସ ଜିଲ୍ଲା ଓ କମିଶନରେଟ ପୁଲିସରେ ଏହି ନୂଆ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯିବ । ଏହା ଦ୍ୱାରା ବିଭିନ୍ନ ଜିଲ୍ଲା ତଥା ଥାନାଗୁଡ଼ିକରେ ଖାଲିଥିବା କନେଷ୍ଟବଳ ପଦବୀଗୁଡ଼ିକ ପୂରଣ ହୋଇପାରିବ । ଏହା ମଧ୍ୟ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୁଲିସର ସାର୍ମଥ୍ୟ ବୃଦ୍ଧିରେ ସହାୟକ ହେବ । ସରକାରୀସ୍ତରରେ ଏତେ ସଂଖ୍ୟକ ନିଯୁକ୍ତି ଚାକିରି ଆଶାୟୀ ପିଲାଙ୍କ ପାଇଁ ଏକ ସୁଯୋଗ ମଧ୍ୟ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031