Indus Valley Times

୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡରକୁ ବାତିଲ କଲା ମାଲକାନଗିରି ଜିଲ୍ଲାପାଳ

 Breaking News

୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡରକୁ ବାତିଲ କଲା ମାଲକାନଗିରି ଜିଲ୍ଲାପାଳ

୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡରକୁ ବାତିଲ କଲା ମାଲକାନଗିରି ଜିଲ୍ଲାପାଳ
August 24
10:34 2021

ମାଲକାନଗିରି, ୨୪/୮: ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ ସୁପାରିସ୍ କ୍ରମେ ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡରକୁ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ବାତିଲ୍ କରିଛି। ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଏପରି କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ତତ୍କାଳୀନ ଜିଲ୍ଲାପାଳ ଯଦୁଲା ବିଜୟ ଏହି ଟେଣ୍ଡର ପ୍ରକ୍ରିୟାକୁ ଫିକ୍ସିଂ କରିଥିବା ନେଇ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଥିଲେ। ଭିଜି ଗ୍ରାନାଇଟର ମାଲିକ ବେନୁଗୋପାଲ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ଏଥିମଧ୍ୟରୁ ୭ଟି ଖଣି ପାଇଥିଲେ।
ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା। ଏହାପରେ ତଦନ୍ତ କରାଯାଇ ବେନୁଗୋପଲ ଦାଖଲ କରିଥିବା ସଲଭେନ୍ସି ସାର୍ଟିଫିକେଟକୁ ମଧ୍ୟ ବାତିଲ କରାଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିବାପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା।
ମାଲକାନଗିରିରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଜିଲ୍ଲାପାଳ ବିଶାଳ ସିଂ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ପରେ ଏଥିରେ ହେରଫେର ହୋଇଥିବା ନେଇ ଜଣାପଡ଼ିଥିଲା। ଏହି ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031