Indus Valley Times

୫୦ ଜଣଙ୍କୁ ନେଇ ଯାଉଥିବା ବସ୍ ସହ ଟ୍ରକର ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

 Breaking News

୫୦ ଜଣଙ୍କୁ ନେଇ ଯାଉଥିବା ବସ୍ ସହ ଟ୍ରକର ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

୫୦ ଜଣଙ୍କୁ ନେଇ ଯାଉଥିବା ବସ୍ ସହ ଟ୍ରକର ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ
December 14
12:05 2022

ଫିରୋଜାବାଦ,୧୪/୧୨: ଗତ ପାହାନ୍ତାରେ ଉତ୍ତର ପ୍ରଦେଶର ଫିରୋଜାବାଦରେ ୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଘରୋଇ ବସ୍ ଗୋଟାଏ ଟ୍ରକ୍ ସହିତ ଧକ୍କା ଖାଇବାରୁ ୬ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୨୧ଜଣ ଆହତ ହୋଇଛନ୍ତି।
ସୈଫାଇସ୍ଥିତ ମେଡିକାଲ୍ କଲେଜରେ ଆହତମାନେ ଚିକିତ୍ସାଧୀନ ଅଛନ୍ତି।
ଇୟଗ୍ଦ ଭଚ୍ଚ ସଂଗୃହୀତ ସୂଚନା ଅନୁସାରେ, ଲୁଧିଆନା ଓ ରାଏ ବରେଲିରୁ ୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ଟି ପାହାନ୍ତା ପ୍ରାୟ ୪.୩୦ରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
କୁହାଯାଉଛି, ବସ୍ର ଚାଳକ ଢୁଳାଇ ପଡ଼ିଥିବା ବେଳେ ପଛରେ ଆସୁଥିବା ଟ୍ରକ୍ଟି ବସ୍ ଦେହରେ ଧକ୍କା ଖାଇଲା। ଫଳରେ ବସ୍ଟି ଓଲଟି ପଡ଼ିଲା। ଘଟଣାସ୍ଥଳରୁ ବସ୍ଟିକୁ ହଟାଇ ଦିଆଯାଇଛି ଓ ପୁଲିସ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତଦନ୍ତ ଅରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ଡ୍ରାଇଭର୍ନିୟନ୍ତ୍ରଣ ହରାଇବାରୁ ମଙ୍ଗଳବାର ଦିନ ପ୍ରାୟ ୯ଟା ବେଳେ ଉତ୍ତର ପ୍ରଦେଶର ବୁଦୌନ୍ରେ ଗୋଟାଏ ଦ୍ରୁତଗାମୀ ସ୍କୁଲ୍ ବସ୍ ରାସ୍ତା ପାର୍ଶ୍ବ ନୟନଯୋଡ଼ିରେ ପଡ଼ିଯିବାରୁ ୧୨ରୁ ଅଧିକ ସ୍କୁଲ୍ ପିଲା ଆହତ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930