Indus Valley Times

୫ ଜଣ ଅନାଥ ଶିଶୁଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ

 Breaking News

୫ ଜଣ ଅନାଥ ଶିଶୁଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ

୫ ଜଣ ଅନାଥ ଶିଶୁଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ
May 12
19:44 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିିଗୁଡ଼ା , ୧୨/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ହାତୀମୁଣ୍ଡା (ଗୁଡ୍ରିଗୁଡା) ଗ୍ରାମର ୫ ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା କରିଛି ।
ଏହି ୫ ଅନାଥ ଶିଶୁଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ତାଜୁଙ୍ଗିଆ ଅଙ୍ଗନବାଡି ସୁପରଭାଇଜର ସ୍ୱର୍ଣ୍ଣପ୍ରଭା ପ୍ରଧାନ ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରେମ” ର ମିଳିତରେ ଏକ ଟିମ ହାତୀମୁଣ୍ଡା (ଗୁଡ୍ରିଗୁଡା)ଗ୍ରାମ ସ୍ଥିତ ଅନାଥ ପିଲାଙ୍କ ଘରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରିଥିଲେ ।
ବୁଧବାର ଦିନ ଅନାଥ ୪ ଜଣ ଝିଅ ଓ ଜଣେ ପୁଅ ଙ୍କୁ ଉଦ୍ଧାର କରି ଫୁଲବାଣୀ ସ୍ଥିତ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଥିଲା ।
ହସ୍ତାନ୍ତର କରିବା ସମୟରେ ବିଡିଓ ଗଦାଧର ପାତ୍ର , ତହସିଲଦାର ଚାର୍ଲସ ନାୟକ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଅଞ୍ଜଳୀ ମହାପାତ୍ର , ସ୍ବେଚ୍ଛାସେବୀ ଅନୁଷ୍ଠାନ ର କାର୍ଯ୍ୟ ସଂଯୋଜକ ସଞ୍ଜୟ କୁମାର ଦିଗାଳ , ସୁଧାକର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନା ବାବତରେ ୨ ହଜାର ଟଙ୍କା ବିଡିଓ ପିଲାମାନଙ୍କୁ ପ୍ରଦାନ କରିଥିଲେ ।
ବାସନ୍ତୀ ସୁନାମାଝୀ,ଲିସା ସୁନାମାଝୀ,ଲିନା ସୁନାମାଝୀ ଓ ନିକି ସୁନାମାଝୀଙ୍କୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିରେ ଥଇଥାନର ବ୍ୟବସ୍ଥା କରାଯାଇଥିବା ବେଳେ ୧ ବର୍ଷର ଶିଶୁ ପୁତ୍ରକୁ ରାଇକିଆ ସ୍ଥିତ ଏସଟି କାଥେରେନ ଗୃହରେ ଥଇଥାନ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ ସୂଚନା ଦେଇଛନ୍ତି ।
ସୂଚନା ପ୍ରକାରେ, ବାପା, ମାର ମୃତ୍ୟୁପରେ ୪ ଜଣ ଝିଅ ଓ ଜଣେ ୧ ବର୍ଷର ପୁଅ ଅନାଥ ହୋଇଯାଇଥିଲେ । ବାପା ମାଆଙ୍କ ମୃତ୍ୟୁପରେ ପିଲାଙ୍କ ପାଠପଢା ବନ୍ଦ ହୋଇଯାଇଥିବା ସହ ପରିବାର ଚଳିବାରେ ବହୁ ସମସ୍ୟା ଦେଖାଦେଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031