Indus Valley Times

୫ ମହଲା କୋଠାରୁ ୨ ଶିଶୁକନ୍ୟାଙ୍କୁ ଫିଙ୍ଗିଦେଲା ଯୁବକ; ଜଣେ ମୃତ, ଉତ୍ତ୍ୟକ୍ତ ଜନତା ଜାଳିଦେଲେ ଯାନବାହନ

 Breaking News

୫ ମହଲା କୋଠାରୁ ୨ ଶିଶୁକନ୍ୟାଙ୍କୁ ଫିଙ୍ଗିଦେଲା ଯୁବକ; ଜଣେ ମୃତ, ଉତ୍ତ୍ୟକ୍ତ ଜନତା ଜାଳିଦେଲେ ଯାନବାହନ

୫ ମହଲା କୋଠାରୁ ୨ ଶିଶୁକନ୍ୟାଙ୍କୁ ଫିଙ୍ଗିଦେଲା ଯୁବକ; ଜଣେ ମୃତ, ଉତ୍ତ୍ୟକ୍ତ ଜନତା ଜାଳିଦେଲେ ଯାନବାହନ
February 04
10:23 2022

ପାଟନା, ୪/୨ : ବିହାର ରାଜଧାନୀ ବିହାରରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ୨ ଜଣ ନାବାଳିକାଙ୍କୁ ୫ ମହଲା କୋଠାର ଛାତକୁ ନେଇ ତଳକୁ ଫିଙ୍ଗି ଦେଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ନେଉଥିବା ପୁଲିସ୍ ଗାଡ଼ି ଉପରକୁ ଟେକାପଥର ମାଡ଼ କରିଛନ୍ତି। ଏଥିରେ ୫ ଜଣ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଖାଲି ସେତିକି ନୁହେଁ, ଲୋକମାନେ ସ୍ଥାନୀୟ ଅଞ୍ଚଳରେ ଥିବା ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ୍ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ପାଟନା ସହରର ବହାଦୂର ଥାନା ଅଞ୍ଚଳରେ ଘଟିଛି। ଏଠାରେ ଥିବା ରାମକୃଷ୍ଣ କଲୋନୀରେ ପରିବା ବ୍ୟବସାୟ କରୁଥିବା ନନ୍ଦଲାଲ ଗୁପ୍ତା ନିଜ ପରିବାର ସହ ରୁହନ୍ତି। ତାଙ୍କର ଦୁଇ ଝିଅ ସାଲୁ ଓ ସଲୋନୀଙ୍କୁ ଅଭିଯୁକ୍ତ ବିବେକ କୁମାର ୫ ମହଲା ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଛି।
ନନ୍ଦଲାଲଙ୍କ ବଡ଼ ଝିଅର ବୟସ ୧୨ ବର୍ଷ ଓ ସାନ ଝିଅର ବୟସ ୧୦ ବର୍ଷ। ବିବେକ ଦୁଇ ଜଣଙ୍କୁ ତଳକୁ ଫୋପାଡ଼ି ଦେବା ପରେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଡାକ୍ତରମାନେ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏବେ ଆଉ ଜଣେ ଝିଅ ଜୀବନ-ମରଣ ସହ ସଂଘର୍ଷ କରୁଛି।
ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚି ବିବେକ କୁମାରକୁ ଗିରଫ କରିଥିଲା। ତେବେ ତା’କୁ ଗାଡ଼ିରେ ନେବା ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଲୋକମାନେ ବିବେକ କାହିଁକି ଏମିତି କଲା ବୋଲି ପ୍ରଶ୍ନ କରିଥିଲେ। ହେଲେ ପୁଲିସ୍ ଭିଡ଼କୁ ଏଡ଼ାଇ ଆଗକୁ ବଢ଼ିବାରୁ ସେମାନେ ପଥର ମାଡ଼ କରିଥିଲେ।
ଏଥିରେ ୫ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଥାନାରେ ବିବେକୁ ପୁଲିସ୍ ଜେରା କରିଥିଲେ ମଧ୍ୟ ସେ ଘଟଣା ପଛର କାରଣ ସମ୍ପର୍କରେ ଏଯାଏ କହିନି। ବିବେକର ଘର ଦରଭଙ୍ଗା ଅଞ୍ଚଳରେ ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031