Indus Valley Times

୬୧ ଦିନ ପରେ ହଟିଲା କଟକଣା, ଆଜିଠୁ ମାଛଧରା ଆରମ୍ଭ

 Breaking News

୬୧ ଦିନ ପରେ ହଟିଲା କଟକଣା, ଆଜିଠୁ ମାଛଧରା ଆରମ୍ଭ

୬୧ ଦିନ ପରେ ହଟିଲା କଟକଣା, ଆଜିଠୁ ମାଛଧରା ଆରମ୍ଭ
June 15
11:41 2024

ପାରାଦୀପ, ୧୫/୬: ୬୧ ଦିନର କଟକଣା ପରେ ଆଜି ହଟିଛି ନଦୀ, ସମୁଦ୍ର ମୁହାଣରୁ ମାଛଧରା କଟକଣା। ଆଜିଠାରୁ ଆରମ୍ଭ ହୋଇଛି ମାଛଧରା।
ସୂଚନାଯୋଗ୍ୟ, ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର‌୍ୟ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଥିଲା।
ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସାଢ଼େ ୮ ମିଟର ଡଙ୍ଗାରେ କେବଳ ମାଛ ଧରାଯାଇପାରିବ ବୋଲି କୁହାଯାଇଥିଲା।
ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ମୌସୁମୀ ଆସିବା ପୂର୍ବରୁ ମାଛମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥାଏ। ମାଛମାନେ ଏହି ସମୟରେ ଅନୁକୂଳ ପରିବେଶରେ ଅଣ୍ଡା ଦେଇଥାନ୍ତି। ମାଛ ବଢ଼ିବାକୁ ୩/୪ ମାସ ଲାଗିଥାଏ।
ଏହା ପୂର୍ବରୁ କଟକଣା ଶେଷ ହୋଇଯାଉଥିବାରୁ ମାଛର ଆକାର ବହୁତ ଛୋଟ ଥାଏ। ଏହି ସମୟରେ ସମୁଦ୍ରରେ ଟ୍ରଲର, ଗିଲେଟିନ୍, ଭୁଟୁଭୁଟି ଆଦି ଚଳାଚଳ ଆରମ୍ଭ ହୋଇଯାଏ। ଯାହାଦ୍ବାରା ଲକ୍ଷାଧିକ ମାଛ ଓ ଯାଆଁଳ ମରିଯାଆନ୍ତି। ମତ୍ସଜୀବୀ ବଡ଼ ମାଛ ବଦଳରେ ଛୋଟ ମାଛ ଆଣିଥାନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031