Indus Valley Times

୮ ରାଉଣ୍ଡ ଗୁଳିମାଡ଼ରେ ୩ ଜଣ ଗୁରୁତର, ଏସସିବିରେ ଚିକିତ୍ସା ଜାରି

 Breaking News

୮ ରାଉଣ୍ଡ ଗୁଳିମାଡ଼ରେ ୩ ଜଣ ଗୁରୁତର, ଏସସିବିରେ ଚିକିତ୍ସା ଜାରି

୮ ରାଉଣ୍ଡ ଗୁଳିମାଡ଼ରେ ୩ ଜଣ ଗୁରୁତର, ଏସସିବିରେ ଚିକିତ୍ସା ଜାରି
February 12
20:43 2023

କଟକ,୧୨/୨: କଟକ ଜିଲ୍ଲା ଆଠଗଡ ଥାନା ଜେନାପଦା ମଝିସାହିରେ ଗୁଳିମାଡ଼। ଗୁଳିମାଡ଼ରେ ୩ ଗୁରୁତର। ସେମାନେ ଗୋଟିଏ ପରିବାରର। ସମସ୍ତଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ମାନେ ହେଲେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଓ ଦୀନବନ୍ଧୁ ନାୟକ। ସେମାନଙ୍କ ପେଟ ଓ ହାତରେ ଗୁରୁତର କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି।
ଖବର ପାଇବା ପରେ ଆଠଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସେପଟେ ଗୁଳି ମାଡ଼ କରିଥିବା ବ୍ୟକ୍ତି ଫେରାର ହୋଇଯାଇଥିବାରୁ ତାଙ୍କୁ ଧରିବାକୁ ପୁଲିସ ପ୍ରୟାଶ କରୁଛି। ତେବେ ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ହେଁ ଏହା ପଛରେ ପ୍ରେମଜନିତ କାରଣ ରହିଛି ବୋଲି ଆଲୋଚନା ହୋଇଛି।
ଏନେଇ ଆହତଙ୍କ ସମ୍ପର୍କିୟ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031