Indus Valley Times

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଟାଉନ ହଲ ଠାରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ

 Breaking News

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଟାଉନ ହଲ ଠାରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଟାଉନ ହଲ ଠାରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ
December 12
20:53 2022

By Kambhudhar Kheti
ବୌଦ୍ଧ ,୧୨/୧୨: ଯୋଗକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ସେବା ଦିବସ ଅବସରରେ ଆଜି ଅପରାହ୍ନ ୫ଘ. ସମୟରେ ଭିକାରୀ କଳା ମଣ୍ଡପ ପରିସରରେ ଯୋଗ ଓ ପ୍ରାଣାୟାମ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଏ. ଡି. ଏମ. ଓ. ସଂଘମିତ୍ରା ପଣ୍ଡା, ଡି. ପି. ଏମ. ରୂପକ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଯୋଗଦାନ କରି ଯୋଗଦ୍ୱାରା ମିଳୁଥିବା ବିଭିନ୍ନ ଉପକାର ସମ୍ପର୍କରେ ଆଲୋଚନା କରିଥିଲେ ।
ଯୋଗ ଶିକ୍ଷକ ଦେବାଶିଷ ପୁରୋହିତ, ସୁନିତା ଦାଶ ଯୋଗାଭ୍ୟାସ କରାଇଥିଲେ କ୍ଷ ସୂର୍ଯ୍ୟ ନମସ୍କାର, ସୁକ୍ଷ୍ମ ବ୍ୟାୟାମ, ବିଭିନ୍ନ ଆସନ, ପ୍ରାଣାୟାମ କରିବା ସହିତ ଧ୍ୟାନ ଓ ମ୍ୟୁଜିକ ଥେରାପି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା କ୍ଷ ବିଭିନ୍ନ ରୋଗ ପାଇଁ ଯୋଗ କରିବା ଆବଶ୍ୟକ ବୋଲି ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ, ଏ.ଏନ. ଏମ.ର ଛାତ୍ରୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭ୍ୟାସ କରିଥିଲେ ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031