Indus Valley Times

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା, ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜୋରଦାର

 Breaking News

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା, ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜୋରଦାର

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା, ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜୋରଦାର
February 22
10:58 2023

ଭୁବନେଶ୍ବର,୨୨/୨: ମାର୍ଚ୍ଚ ପହିଲାରୁ ଯୁକ୍ତ୨ ଥିଓରି ପରୀକ୍ଷା। ଆସନ୍ତାକାଲି (ବୁଧବାର)ଠାରୁ ଫେବ୍ରୁଆରି ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍)ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ।
ତାହାକୁ ନଜରରେ ରଖି ହବ୍ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏଥର ୨୦୨ଟି ହବ୍ କରାଯାଇଛି। ସେଥିମଧ୍ୟରୁ ୨୦୧ଟି ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ କଲେଜ, ବିଶ୍ବବିଦ୍ୟାଳୟରେ ହୋଇଥିବା ବେଳେ ଗୋଟିଏ ସବ୍-ଟ୍ରେଜେରିକୁ ହବ୍ ଭାବେ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ୧୧୪୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି, ଯାହାକି ୨୦୨ଟି ହବ୍ ଅଧୀନରେ ରହିଛି।
୨୦୧ ଯୁକ୍ତ୨ କଲେଜ ଅଧ୍ୟକ୍ଷ ହବ୍ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି। ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ବରେ ନାହାନ୍ତି, ସେଠାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯାଇଛି।
ସୁପରଭାଇଜରଙ୍କ ବ୍ୟତୀତ ଇଏମ୍ଏଚ୍ରେ ଡେପୁଟି ସୁପରଭାଇଜର, ଇଏମ୍ଏଚ୍ ସହାୟକ, ଜଣେ ଲେଖାଏ ଅଧିକାରୀ ଓ ନାଇଟ୍ ୱାଚ୍ମ୍ୟାନ୍ ହବ୍ ପରିଚାଳନା ଦାୟିତ୍ବରେ ରହିଛନ୍ତି। ହବ୍ର ଷ୍ଟ୍ରଙ୍ଗ୍ ରୁମ୍ରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁଲିସ ପହରା ବ୍ୟବସ୍ଥା କରାଯିବ।ଇୟଗ୍ଦ ଭଚ୍ଚ
ପ୍ରଶ୍ନପତ୍ର ଗ୍ରହଣ କରିବା ଦିନଠାରୁ ହିଁ ହବ୍ଗୁଡ଼ିକ କାର୍ଯ୍ୟକ୍ଷମ ହେବ। କୌଣସି ବି ପରିସ୍ଥିତିରେ ହବ୍ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗ୍ ରୁମ୍କୁ ଏକା ଖୋଲି ପ୍ରବେଶ କରିପାରିବେ ନାହିଁ। ଯେତେବେଳେ ବି ଷ୍ଟ୍ରଙ୍ଗ୍ରୁମ୍ ଖୋଲାଯିବ ସେତେବେଳେ ଉଭୟ ଉପସ୍ଥିତ ରହିବା ବାଧ୍ୟତାମୂଳକ।
ସେହିପରି ଉଭୟ ମିଳିତ ଭାବେ ପରିଷଦ କର୍ମଚାରୀଙ୍କଠାରୁ ପ୍ରଶ୍ନପତ୍ର ପ୍ୟାକେଟ୍ ଗ୍ରହଣ କରିବେ। ପରିଷଦ କିମ୍ବା ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍)ସ୍ତରରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯାଇପାରିବ ନାହିଁ। ପରୀକ୍ଷା କେନ୍ଦ୍ରଗୁଡ଼ିକୁ କିଭଳି ପ୍ରଶ୍ନପତ୍ର ଯିବ ସୁପରଭାଇଜରମାନେ ରୁଟ୍ଚାର୍ଟ ପ୍ରସ୍ତୁତ କରିବେ। ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ସିଲ୍ ଥିବା ପ୍ରଶ୍ନପତ୍ର ଗ୍ରହଣ କରିବେ।
ଷ୍ଟ୍ରଙ୍ଗ୍ରୁମ୍କୁ ଅସ୍ଥାୟୀ ଟ୍ରେଜର ଭାବେ ଘୋଷଣା କରାଯିବ। ପ୍ରତି ହବ୍ରେ ଅଧ୍ୟାପକମାନଙ୍କୁ ନେଇ ଗୋଟିଏ ପ୍ୟାନେଲ୍ ଗଠନ କରାଯିବ, ଯେଉଁମାନେ କି ଅବଜରଭର୍ ଭାବେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ନେଇ ଯିବେ ଏବଂ ସେଠାରେ ପରୀକ୍ଷା ପରିଚାଳନାର ତଦାରଖ କରିବେ।
ହବ୍ କେନ୍ଦ୍ର ଲାଗି କୌଣସି ଅବଜରଭର୍ ନିଯୁକ୍ତ ହେବେ ନାହିଁ। ବରଂ ଟ୍ୟାଗ୍ କଲେଜ ପାଇଁ କେବଳ ଅବଜରଭର କାମ କରିବେ। ପରୀକ୍ଷା ଦିନ ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ସେଦିଗରେ ହବ୍ ସୁପରଭାଇଜର ଗୁରୁତ୍ବ ଦେବେ। କୌଣସି ବି ପରିସ୍ଥିତିରେ ହବ୍ର ସିସିଟିଭି କ୍ୟାମେରାରେ ରେକର୍ଡିଂ ବନ୍ଦ ହେବନି ଏବଂ ରାତ୍ରିକାଳୀନ ପାଟ୍ରୋଲିଂ ଉପରେ ସ୍ଥାନୀୟ ପୁଲିସ ଗୁରୁତ୍ବ ଦେବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ପରିଷଦର କାର‌୍ୟ୍ୟନିର୍ବାହୀ କମିଟି ପକ୍ଷରୁ ଚଳିତବର୍ଷ ପରୀକ୍ଷା ପରିଚାଳନା ଲାଗି ୨୦୨ ହବ୍ ଖର୍ଚ୍ଚ ବାବଦରେ ୧ କୋଟି ୫୯ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥ ହବ୍ର ଅଧିକାରୀ, ଅବଜରଭର୍, ଡାକଘରକୁ ଉତ୍ତର ଖାତାଗୁଡ଼ିକୁ ପରିବହନ, ଗାଡ଼ି ଭଡ଼ା ଆଦି ଲାଗି ଖର୍ଚ୍ଚ କରାଯିବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।

 

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031