Indus Valley Times

ରାସ୍ତାରେ ଛିଡା ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍ : ଡ୍ରାଇଭର ମୃତ, ଅଳ୍ପକେ ବର୍ତ୍ତିଲେ ହେଲ୍ପର

 Breaking News

ରାସ୍ତାରେ ଛିଡା ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍ : ଡ୍ରାଇଭର ମୃତ, ଅଳ୍ପକେ ବର୍ତ୍ତିଲେ ହେଲ୍ପର

March 04
13:28 2023

ପଦ୍ମପୁର, ୪/୩: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ନନ୍ଦପାଟଣା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାସୁଦେବପୁରରୁ ଭଦ୍ରକ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ନନ୍ଦପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା।
ଫଳରେ ଘଟଣାସ୍ଥଳରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳର ସୋରେନ ମହନ୍ତ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031