Indus Valley Times

ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଏସଓପି ଜାରି କରାଯାଇଛି : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

 Breaking News

ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଏସଓପି ଜାରି କରାଯାଇଛି : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଏସଓପି ଜାରି କରାଯାଇଛି : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
March 15
16:26 2023

ଭୁବନେଶ୍ବର,୧୫/୩: ଗୃହରେ ବୁଧବାର ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଜଙ୍ଗଲରେ ନିଆ ଲିଭାଇବା ପାଇଁ ରାଜ୍ୟରକାର ସ୍ୱତନ୍ତ୍ର ବୈଷୟିକ ଜ୍ଞାନ କୌଶଳ କକ୍ଷ ପ୍ରତିଷ୍ଠା କରିଛନ୍ତି। ଟାସ୍କଫୋର୍ସ ଗଠନ କରିଯାଇଛି।
ତାଙ୍କ ସୁପାରିଶ ଅନୁସାରେ ପଦକ୍ଷେପ ନିଆଯାଉଛି। ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସଓପି ଜାରି କରାଯାଇଛି। ଜିଲ୍ଲାସ୍ତରରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ଆକ୍ସନ ପ୍ଲାନ କରାଯାଇଛି। ନିଆଁ ଲିଭାଇବା ପାଇଁ ୩୯୯ ନିଆ ଲିଭଳି ଦଳଙ୍କୁ ନିୟୋଜିତ କରାଯାଇଛି। ଗାଡି, ଫାୟାର ବ୍ଲୋୟର, ସୁରକ୍ଷା ଯନ୍ତ୍ରପାତି ଯୋଗାଇ ଦିଆଯାଇଛି।
୨୪ ଘଣ୍ଟିଆ କଣ୍ଟ୍ରୋଲରୁମ କାର‌୍ୟ୍ୟ କରୁଛି। ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଲାଗିଥିବା ୨୨୭୮୬ ନିଆଁ ଲାଗିଥିବା ପଏଣ୍ଟରୁ ୨୨୩୧୬ ପଏଣ୍ଟରେ ନିଆଁ ଆୟତ୍ତ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତ। ଏପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।
ମୁଲତବି ପ୍ରସ୍ତାବରେ ଭାଗ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ଜଙ୍ଗଲରେ ଗଛ କାଟିବା ପାଇଁ ମାଫିଆମାନଙ୍କୁ ସହଯୋଗ କରୁଛନ୍ତି ବନ କର୍ମଚାରୀ। କମ୍ଫାଫଣ୍ଡରେ ବନି କାରଣ କରାଯାଉଛି। ଆଦିବାସୀ ଲୋକଙ୍କ ପାଇଁ ବିଭିନ୍ନ ଫଳ ଓ ଅନ୍ୟନ ଗଛ ଲାଗାଯାଉଛି ।
ଏ ଗଛ କଣ ପ୍ରକୃତରେ ଲଗାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ରେଞ୍ଜର ଠାରୁ ଆରମ୍ଭ କରି ଡି ଏଫ ଓ ପର‌୍ୟ୍ୟନ୍ତ ଦୁର୍ନୀତିତର ଲିପ୍ତ ଅଛନ୍ତି। ଜଙ୍ଗଲର ସୁରକ୍ଷା ଜଙ୍ଗଲ ବିଭଗ ହାତରେ।
ଯଦି ଶିମିଳିପାଳକୁ ସୁରକ୍ଷା ନ ଦିଆଯିବ ଦିନେ ଓଡ଼ିଶା ମରଭୂମିରେ ପରିଣତ ହେବ। ଜଙ୍ଗଲରେ ନିଆଁ ଲଗେଇବା ଅଭଯୋଗରେ କେତେ ଜଣ ଗିରଫ ହୋଇଛନ୍ତି। କମ୍ଫାଫଣ୍ଡରେ ଆସୁଥିବା ଟଙ୍କା ଗଛ ଲାଗେଇବାରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାର ଉତ୍ତର ଗୃହରେ ରଖିବାକୁ ଦାବି କରିଛନ୍ତି ସାଲୁଜା

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031