Indus Valley Times

ଗଜପତି: ଆର:କେ:ଏସ:ଏସ: ଅନୁଷ୍ଠାନ ପକ୍ଷରୁ କଇଁପୁର ଗ୍ରାମରେ ଏସ:ଏଚ:ଜି: ମହିଳା ମାନଙ୍କୁ ୧୪ ଦିନିଆ ବେତ ତିଆରି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ

 Breaking News

ଗଜପତି: ଆର:କେ:ଏସ:ଏସ: ଅନୁଷ୍ଠାନ ପକ୍ଷରୁ କଇଁପୁର ଗ୍ରାମରେ ଏସ:ଏଚ:ଜି: ମହିଳା ମାନଙ୍କୁ ୧୪ ଦିନିଆ ବେତ ତିଆରି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ

ଗଜପତି: ଆର:କେ:ଏସ:ଏସ: ଅନୁଷ୍ଠାନ ପକ୍ଷରୁ କଇଁପୁର ଗ୍ରାମରେ ଏସ:ଏଚ:ଜି: ମହିଳା ମାନଙ୍କୁ ୧୪ ଦିନିଆ ବେତ ତିଆରି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ
March 17
09:25 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୩: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆର.କେ.ଏସ.ଏସ ଅନୁଷ୍ଠାନ ଦ୍ଵାରା ଆୟୋଜିତ ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ବେତ ତିଆରି ଜିନିଷ ଓ ପ୍ରକ୍ରିୟାକରଣ ସମ୍ପର୍କିତ ୧୪ ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମକୁ ନାବାର୍ଡର ଆର୍ଥିକ ସହାୟତା ଅନ୍ତର୍ଗତ ଏମ:ଇ:ଡ଼ି:ପି: ଯୋଜନାରେ ସହାୟତା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ଗତ ୦୩ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଜିଲ୍ଲା ନାବାର୍ଡର ଡି:ଡ଼ି:ଏମ: ଶ୍ରୀ ପ୍ରତୀକ ପଣ୍ଡା , ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ ସମୂହ ଏଲ:ଡ଼ି:ଏମ: ଶ୍ରୀ ମହେଶ୍ୱର ମଣ୍ଡଳ , ସମୀର କୁମାର ସ୍ଵାଇଁ , ବି. ଏଲ.ଟି (ଓ.ଏଲ.ଏମ ) ତରୁଣ କୁମାର ନାୟକ , ଏଫ.ଏଲ.ସି , ମନୁମଲ୍ଲିକ , ଏଫ.ଏଲ.ସି. ପୁଷ୍ପାଞ୍ଜଳି ପାତ୍ର , ଏମ.ବି.କେ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଅନୁଷ୍ଠାନର ସଂପାଦକ ଶ୍ରୀ ଲକ୍ଷ୍ମୀ କାନ୍ତ ପଣ୍ଡା ତାଲିମର ଉଦେଶ୍ୟ ଓ ବେତ କାମ କରି ନିଜର ରୋଜଗାର ପନ୍ଥା କିପରି ଉନ୍ନତି ହୋଇପାରିବ ସେ ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରିଥିଲେ ।
ତାଲିମ ଦାତା ଭାବେ ଶ୍ରୀ ନରେଶ ମହାପାତ୍ର ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଟି ପରିଚାଳନା ନେତୃତ୍ଵ ବିକାଶ ବିଷୟ ଉପରେ ଗୁରୁତ୍ଵ ଦେଇଥିଲେ ଏବଂ ଦଳର ଗୋଷ୍ଠୀ ଭିତ୍ତିକ ରୋଜଗାର କିପରି ବୃଦ୍ଧି ହୋଇପାରିବ ସେ ସବୁକୁ ଉଦାହରଣ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ ।
ବେତ କାମ ତିଆରି ତାଲିମ ଦାତା ଭାବେ ଶ୍ରୀ ଭିକାରି ଚରଣ ସେଠୀ ଓ ନିତ୍ୟାନନ୍ଦ ଶବର ୧୪ ଦିନିଆ ତାଲିମରେ ସକ୍ରିୟ ଭାଗ ଦେଇ ଦଳର ମହିଳା ମାନଙ୍କୁ ବେତ ଚାଷ , କେତେ ଦିନରେ ଅମଳ ହୋଇଥାଏ , ବେତ ପ୍ରକ୍ରିୟାକରଣ , ବେତଦ୍ୱାରା ଷ୍ଟୁଲ , ଫୁଲ ଝୁଡି , ପେନ ଷ୍ଟାଣ୍ଡ , ଫାଇଲ ଟ୍ରେ, ଫୁଲ ଟ୍ରେ , ଚେୟାର , ସୋଫା-ସେଟ , ଆଲାଣା , ହେଙ୍ଗର , ବ୍ରସଷ୍ଟାଣ୍ଡ , ଫୁଲଦାନି ଇତ୍ୟାଦି ବିଭିନ୍ନ ପ୍ରକାରର ତିଆରି କରି କିପରି ମହିଳା ଦଳ ମାଧ୍ୟମରେ ବଜାରୀକରଣ କରି ରୋଜଗାର ପନ୍ଥା ବଢେଇ ପାରିବେ , ସେ ସମ୍ପର୍କରେ ଆଲୋଚନା କରିଥିଲେ । ବେତ କାମ ଦଳର ମାଆ ମାନେ ନିଜେ ବେତ କାମ ଜିନିଷ ତିଆରି କରି ତାକୁ ପଲିସ କରି ରଙ୍ଗ ମାରିଥିଲେ , ଏହାର ବଜାର ଚାହିଦା ଅଧିକ ଥିବାରୁ ତାହା ମହିଳା ମାନଙ୍କ ଜୀବନ ଜୀବିକାର ବିକାଶରେ ଉନ୍ନତି ହୋଇପାରିବ ବୋଲି କହିଥିଲେ ।
ଉକ୍ତ ୧୪ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୩୦ରୁ ଉର୍ଦ୍ଧ ମହିଳା ଯୋଗଦେଇ ତାଲିମ ନେଇଥିଲେ ।
ଶେଷରେ ଅନୁଷ୍ଠାନର ଶ୍ରୀ ତରୁଣ କୁମାର ନାଇକ ଉପସ୍ଥିତ ଅଂଶଗ୍ରହଣ କାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031