Indus Valley Times

ଟ୍ରେନ୍ ଲାଇନରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ

 Breaking News

ଟ୍ରେନ୍ ଲାଇନରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ

March 22
11:53 2023

ଢେଙ୍କାନାଳ,୨୨/୩: ମେଡିସିନ୍ ପାଇଁ ଯାଉଥିବା ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରେନ୍। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ବନିତା ବିଶ୍ୱାଳ। ବିନିତାଙ୍କୁ ୪୦ବର୍ଷ ହୋଇଥିଲା।
ବିନିତାଙ୍କ ଦେହ ଅସୁସ୍ଥ ଥିଲା। ସେଥିପାଇଁ ଆଜି ସକାଳେ ପାଖ ଗାଁରେ ଥିବା ମେଡିସିନ୍ ଦୋକାନକୁ ଔଷଧ ପାଇଁ ଯାଉଥିଲେ। ବାଟରେ ଟ୍ରେନ୍ ଲାଇନ ପାର ହେଉଥିବା ବେଳେ ବିନିତାଙ୍କ ଉପରେ ଟ୍ରେନ୍ଟି ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି।
ବିନିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ ରେଲୱେ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ବିନିତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930