Indus Valley Times

୩ ଛାତ୍ରୀ ପେଟ୍ରୋଲ ଧରି ଆମରଣ ଅନଶନ କରିବା ଘଟଣାରେ ନର୍ସିଂ ସ୍କୁଲ ଅଧ୍ୟକ୍ଷ ଗିରଫ

 Breaking News

୩ ଛାତ୍ରୀ ପେଟ୍ରୋଲ ଧରି ଆମରଣ ଅନଶନ କରିବା ଘଟଣାରେ ନର୍ସିଂ ସ୍କୁଲ ଅଧ୍ୟକ୍ଷ ଗିରଫ

୩ ଛାତ୍ରୀ ପେଟ୍ରୋଲ ଧରି ଆମରଣ ଅନଶନ କରିବା ଘଟଣାରେ ନର୍ସିଂ ସ୍କୁଲ ଅଧ୍ୟକ୍ଷ ଗିରଫ
April 07
21:09 2023

ଛେଣ୍ଡିପଦା,୭/୪: ଜାଲିଆତି ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଏକ ଘରୋଇ ନର୍ସିଂ କଲେଜ ଅଧ୍ୟକ୍ଷ ତଥା ମାଲିକ ଅନୁଗୁଳ ସଦର ଥାନା କାଙ୍ଗୁଲା ଗ୍ରାମର କୈଳାସ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଏହି ନର୍ସିଂ କଲେଜରେ ପଢ଼ୁଥିବା ଆଦିବାସୀ ଛାତ୍ରୀ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୁଳା ଥାନା ଝରାବେଣୀ ଗ୍ରାମର ପ୍ରିୟଙ୍କା ନାଏକ(୨୧), ପରା ଗ୍ରାମର ସୁମତି ମାହାର(୨୦) ଓ ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମର ଆଶାଞ୍ଜଳି ପଧାନ(୨୧) ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହୋଇଥିଲେ। ଫେଲ ସତ୍ତ୍ୱେ ଦ୍ୱିତୀୟ ବର୍ଷର ପରୀକ୍ଷା ପାଇଁ ଫର୍ମ ପୂରଣ ନାଁରେ ତାଙ୍କ ଠାରୁ ଟଙ୍କା ନେଇଥିଲେ।
ପରୀକ୍ଷା ହଲରେ ପରୀକ୍ଷା ଦେଇ ନପାଇବା ପରେ କଲେଜ ପକ୍ଷରୁ ଦିଆଯାଇଥିବା ଆଡମିଟ କାର୍ଡ ଜାଲିଆତି ଓ ଫର୍ମ ଫିଲପ ଟଙ୍କା ଆତ୍ମସାତ କରିଥିବା ନେଇ ତିନି ଛାତ୍ରୀ ଜାଣିବାକୁ ପାଇଥିଲେ।
ଏବାବଦରେ ଜାଣିବା ପରେ ଛେଣ୍ଡିପଦା ଥାନା, ଜିଲ୍ଲାପାଳ ଓ ଜିଲ୍ଲାପାଳ କାର‌୍ୟ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଘଟଣାରେ ଛେଣ୍ଡିପଦା ପୁଲିସ କଲେଜ କର୍ମଚାରୀ ମନୋଜ କୁମାର ପଣ୍ଡାଙ୍କୁ ଗିରଫ କରିଥିଲା ବେଳେ ନର୍ସିଂ କଲେଜ ଅଧ୍ୟକ୍ଷ ତଥା ମାଲିକ କୈଳାସ ଜେନା ଫେରାର ଥିଲେ।
ଅନ୍ୟ ଏକ ମାମଲାରେ ଶ୍ରୀଜେନାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଖଲାରୀସ୍ଥିତ ବାସଭବନ ଜବତ କରିଥିଲେ। ଜବତ ପରେ ଗୁରୁବାର ଶ୍ରୀଜେନା ବାସଭବନ ନିକଟକୁ ଆସିବା ଖବରପାଇ ଛେଣ୍ଡିପଦା ପୁଲିସ ସେଠାରୁ ତାଙ୍କୁ ଉଠେଇ ଆଣି ଆଜି କୋର୍ଟ ଚାଲାଣ କରିଛି। ଏହାବ୍ୟତୀତ ଅନୁଗୁଳ ସଦର ଥାନାରେ ତାଙ୍କ ନାମରେ ପୂର୍ବରୁ ଆଦିବାସୀ ନିର‌୍ୟାତନା ଅଭିଯୋଗ ରହିଥିଲା।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30