Indus Valley Times

ଆଇସିୟୁ ଭିତର ଜଳମଗ୍ନ,ରୋଗୀ ହନ୍ତସନ୍ତ !

 Breaking News

ଆଇସିୟୁ ଭିତର ଜଳମଗ୍ନ,ରୋଗୀ ହନ୍ତସନ୍ତ !

ଆଇସିୟୁ ଭିତର ଜଳମଗ୍ନ,ରୋଗୀ ହନ୍ତସନ୍ତ !
April 09
21:37 2023

Balangir: Water-logging makes life hell for patients in Balangir hospital

By Mahendra Kumar Darjee

ବଲାଙ୍ଗୀର, April 9: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଆଇ ସି ୟୁ ଭିତରେ ପାଇପ ଫାଟି ଜଳମଗ୍ନ ।

ଶନିବାର ଦିନ ରାତି ନଅଟା ବେଳେ ହଠାତ୍ ପାଇପ ଫାଟି ଆଇ ସି ୟୁ ଭିତର ବାହାର ସବୁଆଡେ ଜଳମଗ୍ନ ହୋଇଯାଇଛି ।ଅନେକ ବର୍ଷରୁ ପୁରୁଣା ପାଇପ ଥିବାରୁ ଏବଂ ଠିକ୍ ଭାବେ ରକ୍ଷଣା ବେକ୍ଷଣ ହେଉ ନ ଥିବାରୁ ଏଭଳି ଅବସ୍ଥା ହୋଇଥିବା ଜାଣିବାକୁ ମିଳିଛି । ଆଇ ସି ୟୁ ଭଳି ସମ୍ବେଦନଶୀଳ ସ୍ଥାନରେ ଅବ୍ୟବସ୍ଥା ହେଉଥିବା ବେଳେ ମେଡିକାଲ ର ଅନ୍ୟ ୱାର୍ଡ ଗୁଡ଼ିକ ର ଅବସ୍ଥା କିଭଳି ଥିବ ଅନୁମେୟ ।

ଆଇ ସି ୟୁ ରେ ଥିବା ଇଁଚାର୍ଜ୍ ସକ୍ରିୟ ନ ଥିବା ଅନୁମାନ କରାଯାଏ।ତାଙ୍କୁ ବାରମ୍ବାର କୌଣସି ବିଷୟ ଜଣାଇଲେ ମଧ୍ୟ ତତ୍ପରତା ସହ କରୁ ନ ଥିବା ଚର୍ଚ୍ଚା ହୁଏ ।

ନିକଟରେ ଜଣେ ମଦ୍ୟପ କର୍ମୀ ମାତାଲ୍ ଅବସ୍ଥାରେ ଆଇସିୟୁ ଭିତରେ ରୋଗୀ ଉପରେ ପଡ଼ିବା ଏବଂ ସଲାଇନ୍ ପାଇପ ଟାଣି ଦେଇଥିବା ସମ୍ବାଦ ପରିବେଷଣ ହେଲାପରେ ମଧ୍ୟ ସେହି କର୍ମଚାରୀ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ତେବେ ମେଡିକାଲ ପରିସରରେ ବାରମ୍ବାର ଘଟୁଥିବା ଘଟଣା କୁ ମେଡିକାଲ ମୁଖ୍ୟ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ଆଜି ର ଏହି ଘଟଣା ର ଦୀର୍ଘ ଏକ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଆଇ ସି ୟୁ ଭିତରୁ ଜଳ ନିଷ୍କାସନ ସହ ପାଣି ବାହାରୁଥିବା ପାଇପ କୁ ଆୟତ୍ତ କରିବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି।ତେବେ ଏଭଳି ମେଡିକାଲ ମୁଖ୍ୟ ଏବଂ ଆଇ ସି ୟୁ ଇଞ୍ଚାର୍ଜ୍ଜ୍ ଙ୍କୁ ଅନ୍ୟତ୍ର ବଦଳି ପାଇଁ ଚର୍ଚ୍ଚା ଜୋର ଧରିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031