Indus Valley Times

ଏଣିକି ଓଡ଼ିଆ ଭାଷାରେ ଦେଇପାରିବେ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା

 Breaking News

ଏଣିକି ଓଡ଼ିଆ ଭାଷାରେ ଦେଇପାରିବେ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା

ଏଣିକି ଓଡ଼ିଆ ଭାଷାରେ ଦେଇପାରିବେ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା
April 15
17:23 2023

ଭୁବନେଶ୍ବର,୧୫/୪: ଏଣିକି ଓଡ଼ିଆ ଭାଷାରେ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା ହେବ। ସିଏପିଏଫ୍ ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ଆୟୋଜନକୁ ଗୃହ ମନ୍ତ୍ରଣାଳୟ ମଞ୍ଜୁରି କରିଛି।
କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି।
ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅହମୀୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଓଡ଼ିଆ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର। ଏହି ନିର୍ଣ୍ଣୟ ଫଳରେ ଲକ୍ଷାଧିକ ପ୍ରାର୍ଥୀ ନିଜ ମାତୃଭାଷା/କ୍ଷେତ୍ରୀୟ ଭାଷାରେ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ, ଯାହାଫଳରେ ସେମାନଙ୍କ ଚୟନର ସମ୍ଭାବନା ବଢ଼ିବ।
କନେଷ୍ଟବଳ (ଜେନେରାଲ ଡ୍ୟୁଟି), କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଆୟୋଜିତ ପ୍ରମୁଖ ପରୀକ୍ଷା ମଧ୍ୟରୁ ଗୋଟିଏ, ଯେଉଁଥିରେ ସାରା ଦେଶରୁ ଲକ୍ଷାଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥାନ୍ତି। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ ୨୦୨୪ ଜାନୁଆରି ଠାରୁ ଆରମ୍ଭ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଶ୍ରୀ ଶାହାଙ୍କ ମାର୍ଗଦର୍ଶନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଞ୍ଚଳିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗୀକାରବଦ୍ଧ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031