Indus Valley Times

ଭୋଜପୁରୀ ଅଭିନେତ୍ରୀ ସାଜିଥିଲେ ଦେହ ବେପାରର ଦଲାଲ, ମାୟା ନଗରୀରେ ମାଡ଼ି ବସିଲା ପୁଲିସ୍

 Breaking News

ଭୋଜପୁରୀ ଅଭିନେତ୍ରୀ ସାଜିଥିଲେ ଦେହ ବେପାରର ଦଲାଲ, ମାୟା ନଗରୀରେ ମାଡ଼ି ବସିଲା ପୁଲିସ୍

ଭୋଜପୁରୀ ଅଭିନେତ୍ରୀ ସାଜିଥିଲେ ଦେହ ବେପାରର ଦଲାଲ, ମାୟା ନଗରୀରେ ମାଡ଼ି ବସିଲା ପୁଲିସ୍
April 22
10:31 2023

ମୁମ୍ବାଇ,୨୨/୪: ମଡେଲିଙ୍ଗ୍ କ୍ୟାରିୟର୍ ଆରମ୍ଭ କରିବାକୁ ଆଶାୟୀ ଯୁବତୀମାନଙ୍କୁ ଜବରଦସ୍ତି ଦେହ ବ୍ୟବସାୟରେ ଲିପ୍ତ କରୁଥିବା ଜଣେ ଭୋଜପୁରୀ ଅଭିନେତ୍ରୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ମୁମ୍ବାଇ ପୁଲିସ ଗିରଫ କରିଛି।
ପୁଲିସ କହିବା ଅନୁସାରେ, ଚଢ଼ଉ ସମୟରେ ମୁମ୍ବାଇ ପୁଲିସ୍ର ‘ସାମାଜିକ ସେବା ଶାଖା’ ସୁମନ କୁମାରୀ ନାମକ ଉକ୍ତ ୨୪ ବର୍ଷୀୟ ଭୋଜପୁରୀ ଅଭିନେତ୍ରୀଙ୍କୁ ଗିରଫ କରିଛି।
ସଂଗୃହୀତ ସୂଚନା ଅନୁସାରେ, ଆରେ କଲୋନି ଅନ୍ତର୍ଗତ ଗୋରେଗାଓଁରେ ଥିବା ରୟାଲ୍ ପାମ୍ ହୋଟେଲ୍ରେ ସେକ୍ସ ରାକେଟ୍ ଚାଲିଥିବା ଓ ସେଠାକୁ ମଡେଲ୍ମାନଙ୍କୁ ପଠାଯାଉଥିବା ବିଷୟରେ ପୁଲିସକୁ ସୂଚନା ମିଳିଥିଲା। ଏହି ଅନୈତିକ ବ୍ୟାପାର ଚଳାଇଥିବା ବ୍ୟକ୍ତିମାନଙ୍କୁ ଧରିବା ଲାଗି ପୁଲିସ ସେ ହୋଟେଲ୍ରେ ଚଢ଼ଉ କରିଥିଲା।
ଘଟଣାସ୍ଥଳରୁ ପୁଲିସ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ସୁମନ କୁମାରୀଙ୍କୁ ଗିରଫ କରିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, କୁମାରୀ ଲୋକମାନଙ୍କ ନିକଟକୁ ମଡେଲ୍ ଯୋଗାଉ ଥିଲେ। ଫିଲ୍ମରେ କ୍ୟାରିୟର୍ ଆରମ୍ଭ କରିବାକୁ ସହରକୁ ଆସିଥିବା ଏହି ଯୁବତୀମାନେ ଅଭାବରେ ପଡ଼ିଥିଲେ ଏବଂ ଜୀବନଯାପନ ପାଇଁ ଅର୍ଥ ଆବଶ୍ୟକ କରୁଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଲୈଲା ମଜ୍ନୁ’ ଏବଂ ‘ବାପ୍ ନମ୍ବରୀ, ବେଟା ଦଶ୍ ନମ୍ବରୀ’ ଭଳି ଭୋଜପୁରୀ ଚଳଚ୍ଚିତ୍ରରେ କୁମାରୀ ଅଭିନୟ କରିଛନ୍ତି। ଏହାଛଡ଼ା, ସେ କେତେକ ହିନ୍ଦୀ, ପଞ୍ଜାବୀ ଏବଂ ଭୋଜପୁରୀ ଗୀତରେ ମଧ୍ୟ ଅଭିନୟ କରିଛନ୍ତି।
କୁମାରୀ ଓ ଗ୍ରାହକମାନଙ୍କ ସହିତ ଯୋଗସୂତ୍ର ରଖିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଏହି ମାମଲାରେ ପୁଲିସ ଖୋଜୁଛି। ‘ପିଟା’ ଆଇନ ଅନୁସାରେ, ‘ଏଫ୍ଆଇଆର୍’ ଫାଇଲ୍ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031