Indus Valley Times

ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ: ରୋହିତ ପୂଜାରୀ

 Breaking News

ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ: ରୋହିତ ପୂଜାରୀ

ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ: ରୋହିତ ପୂଜାରୀ
June 09
19:58 2023

ଭୁବନେଶ୍ୱର,୯/୬: ମନ୍ତ୍ରିମଣ୍ଡଳରୁ ଆଜି ବାଦ୍ ପଡ଼ିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିଲେ । ତେବେ ମନ୍ତ୍ରିମଣ୍ଡଳରୁ ବାଦ ପଡିବା ପରେ ପ୍ରତିକ୍ରିୟାରେ ରୋହିତ କହିଛନ୍ତି ଯେ ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ବୋଧେ ମୋଠାରୁ ମୁଖ୍ୟମନ୍ତ୍ରୀ ଅଧିକ ଆଶା କରିଥିବେ, ଯାହା ମୁଁ ଦେଇପାରିନଥିବି ।
ସେଥିପାଇଁ ମୋତେ ବାଦ ଦିଆଯାଇଥିବ। ବାଦ ପଡିଥିବା ଯୋଗୁଁ ଦୁଃଖ ନାହିଁ, ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ କରିବି । ଜ୍ଝ ମୁଁ ଭାବୁଛି ମୁଖ୍ୟମନ୍ତ୍ରୀଙ୍କର ଅଧିକ ଆଶା ଥିଲା, ଯାହା ପୂର୍ଣ୍ଣ ହୋଇପାରିନାହିଁ। ସେଥିପାଇଁ ମୋତେ ବାଦ ଦେଇଛନ୍ତି । ତ ଜିନିଷରେ ଆଶୀର୍ବାଦ କରିଛନ୍ତି । ଜିଲ୍ଲା ସଭାପତି ସହ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ କରିଥିଲେ। ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି । ମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ । ମୁଁ ନୂଆ ମନ୍ତ୍ରୀ ହୋଇଥିଲି ।
ଆହୁରି ସମୟ ଅଛି ଶିଖିବି, ଯାହା ଦାୟିତ୍ୱ ଦେବେ କାମ କରିବି । ମିଡ଼ିଆରୁ ମୁଁ ଜାଣିଲି ମୁଁ ଯେତିକି କରିଛି ତାଠୁ ଆହୁରି ଆଶା ମୋ ଉପରେ ମୁଖ୍ୟମନ୍ତ୍ରୀଙ୍କ ଥିଲା । ସେଥିପାଇଁ ସେ ମତେ ବାଦ ଦେଇଛନ୍ତି ଜ୍ଝ ଉଲ୍ଲେଖ ଥାଉ କି ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଦ୍ ଦେଇଥିବା କୁହାଯାଉଛି।
ଗତ ଜୁନ୍ ମାସରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଥିଲା। ସଂପ୍ରତି ସେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି।ଏଣେ ରାଜନୀତି କ୍ଷେତ୍ରରେ ଅବସର ନେବାର କୌଣସି ବୟସ ସୀମା ଏପର‌୍ୟ୍ୟନ୍ତ ସ୍ଥିର ହୋଇନଥିବା ବେଳେ ରେଢ଼ାଖୋଲ ବିଧାୟକ ତଥା ତତକାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଧାନସଭା ନିର୍ବାଚନ ନଲଢ଼ିବା ଉଚିତ ବୋଲି ଯୁକ୍ତି ରଖିଥିଲେ।
ତାଙ୍କ ଏହି ‘ଅବସର ନୀତି ପଛରେ ରେଢ଼ାଖୋଲ ଅଂଚଳରେ ସାଂଗଠନିକ ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ହେବା ଏବଂ ବରିଷ୍ଠ ନେତାଙ୍କ ସକ୍ରିୟତାକୁ ନେଇ ଏହି ବିଧାନସଭା କ୍ଷେତ୍ର ହାତଛଡ଼ା ହେବା ଡର ନା ଅନ୍ୟ କିଛି ଆଦର୍ଶ ରହିଛି ବୋଲି ଅଂଚଳରେ ଚର୍ଚ୍ଚା ହୋଇଥିଲା। ଏହି ମନ୍ତବ୍ୟ ରୋହିତଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ସମ୍ବଲପୁର ଓ ରେଢ଼ାଖୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031