Indus Valley Times

ଓଡ଼ିଶା କଷ୍ଟମ୍‌ସ୍ ବ୍ରୋକରସ୍ ଆସୋସିଏସନ’ର ପ୍ରଥମ ପ୍ରତିଷ୍ଠା ଦିବସ

 Breaking News

ଓଡ଼ିଶା କଷ୍ଟମ୍‌ସ୍ ବ୍ରୋକରସ୍ ଆସୋସିଏସନ’ର ପ୍ରଥମ ପ୍ରତିଷ୍ଠା ଦିବସ

ଓଡ଼ିଶା କଷ୍ଟମ୍‌ସ୍ ବ୍ରୋକରସ୍ ଆସୋସିଏସନ’ର ପ୍ରଥମ ପ୍ରତିଷ୍ଠା ଦିବସ
July 23
19:29 2023

First foundation day of Odisha Customs Brokers’ Association held

By Sukanta Kumar Mohanty

ଭୁବନେଶ୍ବର: ଓଡ଼ିଶା କଷ୍ଟମ୍‌ସ୍ ବ୍ରୋକରସ୍ ଆସୋସିଏସନ୍’ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବରେ  ସନ୍ତୋଷ କୁମାର ଷଢ଼ଙ୍ଗୀ (ଆଇ.ଏ.ଏସ୍) ,ମହାନିର୍ଦ୍ଦେଶକ ବୈଦେଶିକ ବାଣିଜ୍ୟ ବିଭାଗ ଭାରତ ସରକାର, ମୂଖ୍ୟ ବକ୍ତା  ଶଙ୍କର ପି. ସିନ୍ଧେ, ସଭାପତି ଆର୍ନ୍ତଜାତୀୟ କଷ୍ଟମ୍‌ସ୍ ବ୍ରୋକରସ୍ ଆସୋସିଏସନ୍, ସମ୍ମାନିତ ଅତିଥି ଭାବରେ ଶାସ୍ବତ ମିଶ୍ର, ପ୍ରମୁଖ ସଚିବ, ଏମ୍.ଏସ୍.ଏମ୍.ଇ. ବିଭାଗ ଓଡ଼ିଶା ସରକାର, ସତେନ୍ଦ୍ର କୁମାର ସିଂ (ଆଇ.ଆର୍.ଏସ୍), ମୂଖ୍ୟ କମିଶନର୍ ଜି.ଏସ୍.ଟି., ସି.ଏକ୍ସ ଏବଂ କଷ୍ଟମ୍ଭୁବନେଶ୍ବର,  ମାଧବ ଚନ୍ଦ୍ର ମିଶ୍ର କମିଶନର୍ କଷ୍ଟମ ବିଭାଗ, ଭୁବନେଶ୍ବର,  ପି.ଏଲ୍.ହରନାଥ, (ଆଇ.ଆର୍.ଟି.ଏସ୍) ଚେୟାରମ୍ୟାନ୍ ପାରାଦୀପ ପୋର୍ଟ ଟ୍ରଷ୍ଟ ଅଥୋରିଟି, ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟରେ ଗଢ଼ି ଉଠିଥିବା ୩ଟି ପୋର୍ଟ, ୩ଟି ଆଇ.ଡ଼ି.ସି.କୁ ନେଇ ଗଠନ କରାଯାଇଥିବା ଓଡ଼ିଶା କଷ୍ଟମ୍‌ ବ୍ରୋକରସ୍ଆସୋସିଏସନ୍ (ଓ.ସି.ବି.ଏ) କିପରି ମହତ୍ ଉଦ୍ଦେଶ୍ୟକୁ ପରିବାପ୍ତ କରି ରାଜ୍ୟ ଓ ଦେଶର ସ୍ବାର୍ଥପାଇଁ କରାଯାଇଥିବା ଉଦ୍ୟମକୁ ଅତିଥିମାନେ ଭୂୟସି ପ୍ରଶଂସା କରିଥିଲେ। ଓଡ଼ିଶା କଷ୍ଟମ୍ ବ୍ରୋକରସ୍ ଆସୋସିଏସନ୍ କିପରି ନିଜର କଳେବରକୁ ବୃଦ୍ଧିକରି ରାଜ୍ୟରେ ଚାଲିଥିବା ରପ୍ତାନୀ ଓ ଆମଦାନୀ

କାରବାରକୁ ଆନ୍ତର୍ଜାତିୟ ସ୍ତରରେ ପହଞ୍ଚାଇ ପାରିବ ତାରି ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।  କଷ୍ଟମ୍‌ସ୍ ବ୍ରୋକରସ୍ ଆସୋସିଏସନ’ର ମୂଖ୍ୟ ଲକ୍ଷ ରାଜ୍ୟ କିପରି ନିଯୁକ୍ତି ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଅଗ୍ରସର କରିପାରିବ। ଓଡ଼ିଶା କଷ୍ଟମ୍‌ ବ୍ରୋକରସ୍ ଆସୋସିଏସନ୍‌ର ଏପରି ମହତ୍ ଉଦ୍ଦେଶ୍ୟକୁ ସ୍ବାଗତ ଜଣାଇଥିଲେ ।ଓଡ଼ିଶା କଷ୍ଟମ୍‌ସ୍ ବ୍ରୋକରସ୍ ଆସୋସିଏସନ୍‌ର ସଭାପତି  ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ଉକ୍ତ ସଭାକୁ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031