Indus Valley Times

ଚମକିଲେ ଓଡ଼ିଆ ପୁଅ, ଓ୍ବାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍ ଫାଇନାଲରେ ସ୍ଥାନ ପକ୍କା କଲେ କିଶୋର ଜେନା

 Breaking News

ଚମକିଲେ ଓଡ଼ିଆ ପୁଅ, ଓ୍ବାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍ ଫାଇନାଲରେ ସ୍ଥାନ ପକ୍କା କଲେ କିଶୋର ଜେନା

ଚମକିଲେ ଓଡ଼ିଆ ପୁଅ, ଓ୍ବାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍ ଫାଇନାଲରେ ସ୍ଥାନ ପକ୍କା କଲେ କିଶୋର ଜେନା
August 25
20:56 2023

ହଙ୍ଗେରୀ,୨୫/୮: ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା।
ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଫାଇନାଲରେ ରାଉଣ୍ଡରେ ପହଞ୍ଚିଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଟପ୍ ୧୨ରେ ରହିବାକୁ ସକ୍ଷମ ହୋଇଛନ୍ତି।
ସେ ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ତାଲିକାର ୯ନଂ ସ୍ଥାନରେ ରହିଛନ୍ତି। କିଶୋର ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିବା ବେଳେ ଏବେ ଫାଇନାଲରେ ପ୍ରବେଶ କରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ସୁନା ପୁଅ ନୀରଜ ଚୋପ୍ରା ମଧ୍ୟ ଜାଭେଲିନ ଥ୍ରୋର ଫାଇନାଲରେ ରହିଛନ୍ତି। ସେ ୮୮.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଥିଲେ। ସେହିପରି ଭାରତର ଅନ୍ୟତମ ଜାଭେଲିନ ଖେଳାଳି ଡିପି ମନୁ ୮୧.୩୧ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଫାଇନାଲ ଟିକେଟ ହାତେଇଛନ୍ତି। ଏହାର ଅର୍ଥ ଭାରତର ୩ ଜଣ ଖେଳାଳି ଫାଇନାଲ ରାଉଣ୍ଡରେ ପଦକ ପାଇଁ ଟକ୍କର କରିବେ।
ଏମାନଙ୍କ ବ୍ୟତୀତ ତାଲିକାର ଦୁଇ ନମ୍ବର ସ୍ଥାନରେ ପାକିସ୍ତାନର ଅର୍ଶଦ ନଦୀମ(୮୬.୭୯ ମିଟର) ଓ ତୃତୀୟରେ ଚେକ ଗଣରାଜ୍ୟର ଜ୍ୟାକୁବ ଭି(୮୩.୫୦ ମିଟର) ରହିଛନ୍ତି।
ଓଡ଼ିଶାର କିଶୋର ଜେନା ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସିନିୟର୍ ଆଥଲେଟିଲ୍ସ ଚମ୍ପିୟାନଶିପରେ ସ୍ୱର୍ଣ୍ଣ ପଦକ ଜିତି ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏହାବାଦ ସେ ଲେବନାନ ଓ ଶ୍ରୀଲଙ୍କା ରେ ଅନୁଷ୍ଠିତ ଆଥଲେଟିକସ ଚମ୍ପିୟନଶିପରେ ଭାଗ ନେଇ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ କବଜା କରିଥିଲେ। କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪.୩୮ ମିଟର।
ତେଣୁ ଫାଇନାଲରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତ। ଏଥିସହ ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ପାଇଁ ୮୫.୫୦ ମିଟର ଦୂରତା ଧାର୍ଯ୍ୟ କରାଯାଇଛି। ଏହାକୁ କିଶୋର ଅତିକ୍ରମ କରିପାରିବେ ନୀରଜଙ୍କ ସହ ଅଲିମ୍ପିକ୍ସ ଖେଳିବାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରିବେ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930