Indus Valley Times

ଦେଶ ପାଇଁ ସହିଦ୍ ହୋଇଗଲା କୁକୁର ‘କେଣ୍ଟ୍’, ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ଟଳିପଡିଲା

 Breaking News

ଦେଶ ପାଇଁ ସହିଦ୍ ହୋଇଗଲା କୁକୁର ‘କେଣ୍ଟ୍’, ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ଟଳିପଡିଲା

ଦେଶ ପାଇଁ ସହିଦ୍ ହୋଇଗଲା କୁକୁର ‘କେଣ୍ଟ୍’, ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ଟଳିପଡିଲା
September 13
10:55 2023

ଜମ୍ମୁ କଶ୍ମୀର,୧୩/୯ : ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର। ଜଣେ ଆତଙ୍କୀ ନିପାତ। ଅପରେସନ ସମୟରେ ଜଣେ ଯବାନ ସହିଦ ହୋଇଥିବା ସୂଚନା। ଏଥିସହ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ୬ ବର୍ଷର ସେନା କୁକୁର ‘କେଣ୍ଟ’ର ଜୀବନ ଚାଲିଯାଇଛି।
ସୂଚନା ଅନୁସାରେ, ଗତକାଲି ରଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ଖବର ପାଇଥିଲେ ସୁରକ୍ଷାକର୍ମୀ। ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କୀ ନିପାତ ହୋଇଛି।
ଅପରେସନ ସମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ସ୍ପେଶାଲ୍ ପୁଲିସ୍ ଫୋର୍ସର ଜଣେ ପୁଲିସଙ୍କ ସହ ୩ ଜଣ ଯବାନ ଆହତ ହୋଇଛନ୍ତି। ଅପରେସନରେ ସେନା କୁକୁର ‘କେଣ୍ଟ’ ମଧ୍ୟ ନିୟୋଜିତ ହୋଇଥିଲା। ଆତଙ୍କୀଙ୍କ ଗୁଳିବିନିମୟରେ ‘କେଣ୍ଟ’ର ମୃତ୍ୟୁ ଘଟିଥିବା ଜମ୍ମୁ ଜୋନର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂହ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031