Indus Valley Times

‘ମୋ ସରକାର’ ର ଜ୍ୱଳନ୍ତ ଉଦାହରଣ ବିଷମକଟକର  ଆରଡବ୍ଲୁଏସଏସ ବିଭାଗ

 Breaking News

‘ମୋ ସରକାର’ ର ଜ୍ୱଳନ୍ତ ଉଦାହରଣ ବିଷମକଟକର  ଆରଡବ୍ଲୁଏସଏସ ବିଭାଗ

‘ମୋ ସରକାର’ ର ଜ୍ୱଳନ୍ତ ଉଦାହରଣ ବିଷମକଟକର  ଆରଡବ୍ଲୁଏସଏସ ବିଭାଗ
October 14
21:44 2023

୧୫ବର୍ଷରୁ ଉର୍ଦ୍ଧ୍ବ ଗୋଟିଏ ସ୍ଥାନ ରେ ନିୟୋଜିତ ବିଭାଗୀୟ ଅଧିକାରୀ, ନା ବଦଳିର ଭୟ ନା ଅଧିକାରୀଙ୍କ ଭୟ, ସ୍ୱଚ୍ଛ ଶାସନର ଜ୍ୱଳନ୍ତ ଉଦାହରଣ

RWSS of Bissam-Cuttack officials continue in their positions for years sans transfer

By Sudhansu Singh

ରାୟଗଡ଼, Oct. 10: ଅନିୟମିତତା ଓ ଅବ୍ୟବସ୍ଥା ମଧ୍ୟରେ ଆର.ଡବ୍ଲୁ. ଏସ. ଏସ ବିଭାଗ, ବିଭାଗ ଉପରେ ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ର ନିୟନ୍ତ୍ରଣ ନଥିବା ଦେଖିବାକୁ ମିଳିଛି I ସଦର ବ୍ଲକ ଠାରେ  ବିଭାଗ ୫ଟି ନିୟନ୍ତ୍ରଣ ବାହାରେ, କହିଲେ ଅତ୍ୟୁକ୍ତି ହେବ ନାହିଁ I ତେବେ ଏହି ବିଭାଗ ର ଯନ୍ତ୍ରୀ ମାନେ ଏବଂ ଅଧିକାରୀ ମାନେ ପାଖା ପାଖି ଦଶନ୍ଧିରୁ ଉର୍ଦ୍ଧ୍ବ ଧରି ଏଠାରେ ନିୟୋଜିତ ଥିବା ଯୋଗୁଁ ପ୍ରଶାସନ ର ଉର୍ଦ୍ଧରେ ଏବଂ ନିୟନ୍ତ୍ରଣ ବାହାରେ ବୋଲି ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି। ଏହାର ବ୍ୟତିକ୍ରମ ରାୟଗଡା ଜିଲ୍ଲା ବିଷମକଟକ ସଦର ବ୍ଲକ ର ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଠାରେ ଏଭଳି ଘଟଣା ଦେଖିବାକୁମିଳିଛି।  କେତେ କାମ କରିଛନ୍ତି, କେଉଁଠି କରିଛନ୍ତି, କେତେ ଅଟକଳ ଅଛି, କେତେ ଖର୍ଚ୍ଚ ହେଉଛି, କେଉଁଠି ଖର୍ଚ୍ଚ ହେଉଛି, କେତେ ଅନୁଦାନ ଆସିଛି ଏହାର କୌଣସି ତଥ୍ୟ ବିଭାଗ ପାଖରେ ନାହିଁ। ସେହିଭଳି ମରାମତି ବାବଦରେ, ପାଇପ ବିଛାଇବା, ମୋବାଇଲ ଭ୍ୟାନ ବାବଦରେ ଖର୍ଚ୍ଚ, ମୋଟର ମରାମତି, ପୁରୁଣା ପାଇପ ର ବିକ୍ରି ଏଭଳି ଅନେକ ବାଟରେ ବିଭାଗ ମଧ୍ୟରେ ଦୀର୍ଘ ବର୍ଷ ହେବ ଅନିୟମିତତା ଚାଲୁ ରହିଥିବା ଅଭିଯୋଗ ଏକ ସାଧାରଣ ବିଷୟ ହୋଇଛି I ହେଲେ ନିକଟରେ ବିଭାଗ ତରଫରୁ ସୂଚନା ର ଅଧିକାର ରୁ ପ୍ରାପ୍ତ ତଥ୍ୟ ଏହି ସମସ୍ତ ଅଭିଯୋଗ କୁ ଆଧାର ଯୋଗାଉଛି I

ପତ୍ର ସଂଖ୍ୟା 2339/23 ର ସୂଚନା ର ଅଧିକାର ରୁ ପ୍ରାପ୍ତ ତଥ୍ୟ ଆଧାର ରେ ବିଭାଗ କୁ ଆସୁଥିବା ପାଣ୍ଠି ଏବଂ ବିଭାଗ ଖର୍ଚ୍ଚ କରୁଥୁବା ବାର୍ଷିକ ପାଣ୍ଠି ର ହିସାବ ଖୋଦ ବିଭାଗୀୟ ପାଖରେ ନାହିଁ।  କେବଳ ଏତିକି ନୁହଁ ବସୁଧା ଯୋଜନା ଅନ୍ତର୍ଗତ ପାନୀୟ ଜଳ ଯୋଗାଣ ଯୋଗାଉଥିବା ର ଡେଣ୍ଡରା ପିଟୁଥିବା ସରକାରଙ୍କ ଲୋକାଭିମୁଖୀ ଯୋଜନାର ହିସାବ ନଥିବା ପତ୍ର ରେ ଉଲ୍ଲେଖ ରହିଛି।  ଯେତେବେଳେ ବିଭାଗ ପାଖରେ ଅନୁମୋଦିତ ପାଣ୍ଠି ର ହିସାବ ରହୁନି ତେବେ ପାନୀୟ ଜଳ ଯୋଗାଣ ଏବଂ ମରାମତି ବାବଦରେ ବିଭାଗ ଖର୍ଚ୍ଚ କରୁଛି କେମିତି  ଏବଂ କେଉଁ ପାଣ୍ଠି ରୁ ଖର୍ଚ୍ଚ କରୁଛି ବୋଲି ବିଭାଗର କାର୍ଯ୍ୟଶୈଳୀ ଉପରେ ସନ୍ଦେହ ସୃଷ୍ଟି କରୁଛି I ବିଷମକଟକ ବ୍ଲକ ର 21 ଟି ପଞ୍ଚାୟତର 49ଟି ପମ୍ପ ହାଉସ ପାଇଁ ମାତ୍ର ଚାରୋଟି ସ୍ପେୟାର ମୋଟର ରହିଛି I

କେବଳ ବିଷମକଟକ ଏବଂ ଦୁର୍ଗୀ ଛାଡିଦେଲେ ଅନ୍ୟ 45 ଟି ପମ୍ପ ହାଉସ ପାଇଁ ସ୍ପେୟାର ମୋଟରର ବ୍ୟବସ୍ଥା ନାହିଁ I ଏହି କ୍ଷେତ୍ରରେ ବିଭାଗୀୟ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାତ୍ର ଏବଂ ରାଜଶ୍ରୀ ପାତ୍ର ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦେଶ କୁ ମଧ୍ୟ ଏଡାଇ ଦେଇ ଥିବା ଦେଖିବାକୁ ମିଳିଛି। 

ପ୍ରକାଶ ଥାଉକି ବିଷମକଟକ ସଦର ପଞ୍ଚାୟତ ର ପାନୀୟ ଜଳ ସମସ୍ୟା ଓ ଅବ୍ୟବସ୍ଥା କୁ ନେଇ ଜିଲ୍ଲାପାଳ ସ୍ୱାଧାଦେବ ସିଂ ଗତ ଜୁଲାଇ 10, 2022 ରେ (ଆର.ଡବ୍ଲୁ.ଏସ.ଏସ ) ଅଧିକକ୍ଷଣ ଯନ୍ତ୍ରୀ ଶ୍ରୀ ଚିତ ରଞ୍ଜନ ଜେନାଙ୍କୁ ବିଷମକଟକ ଗସ୍ତ କରି ସମସ୍ୟା ର ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ I ତେବେ ଅଧିକ୍ଷକ ଯନ୍ତ୍ରୀ ନିଜର ଗ୍ରାଉଣ୍ଡ ଭିଜିଟ ବେଳେ ଜାଣିବାକୁ ପାଇଥିଲେ ଯେ, କୌଣସି ପମ୍ପ ହାଉସ ର ସ୍ପେୟାର ମୋଟର ନଥିବା ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବାର ମୁଖ୍ୟ କାରଣ, ଏବଂ ବିଭାଗୀୟ ଅଧିକାରୀଙ୍କୁ ପମ୍ପ ହାଉସ ଗୁଡିକ ପାଇଁ ତୁରନ୍ତ ସ୍ପେୟାର ମୋଟର ଉପଲବ୍ଧ କରାଇବା ପାଇଁ ଶ୍ରୀ ଜେନା ନିର୍ଦେଶ ଦେଇଥିଲେ I

ତେବେ ଆଜକୁ ଦୁଇ ବର୍ଷ ପୁରି ଯାଇଥିଲେ ମଧ୍ୟ ସଦର ପଞ୍ଚାୟତ ପାଇଁ ବିଭାଗ କେବଳ ଦୁଇ ଗୋଟି ସ୍ପେୟାର ମୋଟର ର ବ୍ୟବସ୍ଥା କରିପାରିଛି I

ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ ଦିଗରେ ବିଭାଗ ର ଉତ୍ତରଦାୟୀତ୍ୱ ଏବଂ ଆନ୍ତରିକତା ଏଥିରୁ ସ୍ପଷ୍ଟ ରୂପେ ଜଣାପଡୁଛି I କେତେ ନଳକୂପ ବିଭାଗ ଖନନ କରିଛି, କେତେ ପୁରୁଣା ପାଇପ ଇନଭେଣ୍ଟ୍ରି ରେ ରେକର୍ଡ ଭୁକ୍ତ ଅଛି, କୌଣସି ବିଷୟ ର ଉତ୍ତର ବିଭାଗ ପାଖରେ ନାହିଁ I ଏଥିରୁ ବିଭାଗୀୟ ଅଧିକାରୀ ମାନଙ୍କ ଅନିୟମିତତା ର ସ୍ତର ସମ୍ପୂର୍ଣ ଅନୁମେୟ I

ଏସଇଏମ ମାନଙ୍କ ଦରମା ଏବଂ ସାମାନ୍ୟ ଖର୍ଚ୍ଚ ସବୁ କୁ  ଗ୍ରାମ ପଞ୍ଚାୟତ ବହନ କରିବା ପାଇଁ ବ୍ୟବସ୍ଥା ରହିଛି ଅନ୍ୟ ପକ୍ଷରେ ପାନୀୟ ଜଳ ଯୋଗାଣ ବାବଦରେ ହେଉଥିବା ପ୍ରମୁଖ ଖର୍ଚ୍ଚ ଗୁଡିକ ପାନୀୟ ଜଳ ଯୋଗାଣ ବିଭାଗ ବହନ କରିବା ପାଇଁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମୁଖ୍ୟ ସଚିବଙ୍କ ଚିଠି ସଂଖ୍ୟା 1637/23 ରେ ଏହି ସବୁ ବ୍ୟବରାଦ ବାବଦରେ ସ୍ପଷ୍ଟ ନିର୍ଦେଶ ଥିବା ସତ୍ୱେ ବିଭାଗୀୟ ଅଧିକାରୀ ମାନେ ସରପଞ୍ଚ ମାନଙ୍କ ର ସରଳତା ର ଫାଇଦା ଉଠେଇ ଏହି ସବୁ ଖର୍ଚ୍ଚ ପଞ୍ଚାୟତ ତରଫରୁ ବହନ କରିବାକୁ ବାଧ୍ୟ କରୁଥିବା ବେଳେ ନିଜ ବିଭାଗ କୁ ଆସୁଥିବା ପାଣ୍ଠି ଗୁଡିକ ପରିବହନ ଖର୍ଚ୍ଚ, ମରାମତି, ଅତିରିକ୍ତ ମାନବ ସମ୍ବଳ, ପିଓଏଲ, ଆଦି ବାବଦରେ ମିଥ୍ୟା ବିଲ କରି ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହେଉଛି। 

ଦୀର୍ଘ ବର୍ଷ ହେବ ଏହି ବିଭାଗ ର ଅଧିକାରୀ ମାନେ ଏଠାରେ ନିୟୋଜିତ ଥିବା ହେତୁ ବିଭାଗ ଅନେକ ଅନିୟମିତତା ମଧ୍ୟରେ ରହିଛି I ତେବେ ଅଧିକାରୀ ମାନଙ୍କ ର ବଦଳି କରାଯିବା ପାଇଁ ବିଷମକଟକ ବିଧାୟକ ପ୍ରାର୍ଥୀ ନୀଳ ମାଧବ ହିକକା ଦାବି କରିଛନ୍ତି I  ଅନ୍ୟ ପକ୍ଷରେ ଅନୁଦାନ ଏବଂ ଖର୍ଚ୍ଚ ପାଣ୍ଠି ସବୁ ଆର. ଡବ୍ଲୁ. ଏସ. ଏସ କାର୍ଯ୍ୟାଳୟ ରେ ନୁହଁ ବରଂ ଆର. ଡବ୍ଲୁ. ଏସ. ଏସ ଡିଭିଜନ ରେ ଥିବା ଯୋଗୁଁ ତଥ୍ୟ ଦେବା ସମ୍ଭବ ହୋଇପାରି ନାହିଁ, ଆଉ ସ୍ପେୟାର ମୋଟର ପାଇଁ କର୍ତ୍ତୃପକ୍ଷ ଙ୍କୁ ରିକ୍ୟୁଜିଶନ ପଠାଯାଇଛି, ସେଠାରୁ ଏବେ ଯାଏଁ ଆମକୁ ସ୍ପେୟାର ମୋଟର ଦିଆଯାଇ ନାହିଁ  ବୋଲି ପ୍ରକାଶ କରିଥିଲେ, ଅନ୍ୟ ପକ୍ଷରେ ଆବେଦନକାରି(ନାମ ଗୁପ୍ତ ରଖିବା ସର୍ତ୍ତ ରେ ) ବିଭାଗୀୟ ଅଧିକାରୀ ଙ୍କ ବିରୁଦ୍ଧରେ ଅପିଲ କରିବା ସହ କାର୍ଯ୍ୟ ରେ ଅବହେଳା ଓ ଅନିୟମିତତା ପାଇଁ ଲୋକାୟୁକ୍ତ ଙ୍କ ଠାରେ ଅଭିଯୋଗ ଦାଖଲ କରିବେ ବୋଲି ସ୍ପଷ୍ଟ କରିଛନ୍ତି I ତେବେ ଦଶନ୍ଧି ଧରି ଏକା ସ୍ଥାନରେ ରହିଥିବା ଯନ୍ତ୍ରୀ ମାନଙ୍କ ର ବଦଳି କେବେ ଯେ ହେବ ତାହା ଉପରେ ସମସ୍ତ ଙ୍କ ନଜର ରହିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30