Indus Valley Times

ହ୍ରଦରେ ବୁଡିଲା ଡଙ୍ଗା; ଭାଉଜ ମୃତ, ନଣନ୍ଦ ଗୁରୁତର

 Breaking News

ହ୍ରଦରେ ବୁଡିଲା ଡଙ୍ଗା; ଭାଉଜ ମୃତ, ନଣନ୍ଦ ଗୁରୁତର

November 03
18:39 2023

ଛତ୍ରପୁର,୩/୧୧: ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଶୁକ୍ରବାର ଅଘଟଣ ଘଟିଛି। ଏଠାରେ ଏକ ଦେଶୀଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା (୩୪)। ନଣନ୍ଦ ବନି ବେହେରାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ମୁତାବକ ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ନିଜର ସମ୍ପର୍କୀୟ ନଣନ୍ଦ ବନି ବେହେରାଙ୍କ ସହ ତାମ୍ପରା ହ୍ରଦ ଆର ପଟେ ଥିବା ବଣକୁ ଏକ ଡ଼ଙ୍ଗା ଯୋଗେ ଜାଣେଣି କାଠ ଆଣିବାକୁ ଯାଇଥିବା ବେଳେ ଡ଼ଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ଉଭୟ ଭାଉଜ ଓ ନଣନ୍ଦ ପାଣିରେ ବୁଡ଼ି ଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କର ଦ୍ବାରା ନଣନ୍ଦ ବନି ବେହେରା ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ଭାଉଜ ପୁଷ୍ପା ବେହେରା ପାଣିରେ ବୁଡ଼ି ଯାଇଥିଲେ।
ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗ କର୍ମଚାରୀମାନେ ପହଞ୍ଚି ହ୍ରଦ ଭିତରେ ଖୋଜାଖୋଜି କରିବା ପରେ ପୁଷ୍ପାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031