Indus Valley Times

ଭିଡିଓ ଭାଇରାଲ୍ ହେବା ପରେ ଦୁଃଖ ପ୍ରକାଶ କଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା; କହିଲେ- ଆଜି ମୋ ସହ ଘଟିଲା, କାଲି ଆପଣଙ୍କ ସହ

 Breaking News

ଭିଡିଓ ଭାଇରାଲ୍ ହେବା ପରେ ଦୁଃଖ ପ୍ରକାଶ କଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା; କହିଲେ- ଆଜି ମୋ ସହ ଘଟିଲା, କାଲି ଆପଣଙ୍କ ସହ

November 06
19:34 2023

ମୁମ୍ବାଇ,୬/୧୧: ନିକଟରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବାପରେ ତାହା ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଅଭିନେତ୍ରୀଙ୍କ ଏହି ଭାଇରାଲ ଭିଡିଓକୁ ନେଇ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଅମିତାଭ ବଚ୍ଚନ ବି କ୍ରୋଧିତ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ସେ ଏହି ଘଟଣାର ଆଇନଗତ କାର‌୍ୟ୍ୟାନୁଷ୍ଠାନ ଦାବି ମଧ୍ୟ କରିଛନ୍ତି।
ଗତ ଶୁକ୍ରବାର ରଶ୍ମିକାଙ୍କର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏଥିରେ ଅଭିନେତ୍ରୀ କଳା ରଙ୍ଗର ଡିପ୍ନେକ୍ର ଏକ ଟାଇଟ ଜିମ୍ ଡ୍ରେସ୍ରେ ଲିଫ୍ଟ ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ରଶ୍ମିକାଙ୍କ ଏହି ବୋଲ୍ଡ ଦୃଶ୍ୟକୁ ଭିଡିଓରେ ଦେଖିବା ପରେ ପ୍ରଶଂସକମାନେ ରାଗି ଯାଇଥିଲେ।
ପରେ ଜଣାପଡ଼ିଲା କି ବାସ୍ତବରେ ଏହି ଭିଡିଓରେ ରଶ୍ମିକା ନୁହନ୍ତି ବରଂ ଜରା ପଟେଲଙ୍କୁ ଦେଖିବାକୁ ମିଳୁଛି।
ରଶ୍ମିକାଙ୍କ ପ୍ରଶଂସକଙ୍କ ସମେତ ଅମିତାଭ ବଚ୍ଚନ ବି ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସ (ପୂର୍ବରୁ ଟୁଇଟର)ରେ ଏହି ଭାଇରାଲ ଭିଡିଓ ସେୟାର କରି ଲେଖିଛନ୍ତି, ହଁ, ଏହା ଏକ ଆଇନଗତ କାର‌୍ୟ୍ୟାନୁଷ୍ଠାନ ମାମଲା।’
ଏହି ଘଟଣାକୁ ନେଇ ରଶ୍ମିକା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବାସ୍ତବରେ ଏହା ଏକ ଭୟାବହ ଘଟଣା ।ଯାହାକୁ ଦେଖି ମୋତେ ଭୟ ଲାଗୁଛି। ଯଦି ମୋ ସହ ଏହା ସ୍କୁଲ କି କଲେଜ ଦିନରେ ଘଟିଥାଆନ୍ତା ଏହାର କେମିତି ସାମ୍ନା କରିଥାଆନ୍ତି ମୁଁ ଜାଣି ପାରି ନଥାଆନ୍ତି। କାରଣ ଏବେ ମୁଁ ପରିସ୍ଥିତି ଓ ଘଟଣାକୁ କେମିତି ଆୟତ୍ତ କରିବାକୁ ହେବ ତାହା ଭଲ ଭାବେ ଜାଣି ସାରିଲିଣି।’

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031