Indus Valley Times

ବୌଦ୍ଧ ଜିଲା ରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଉଦଘାଟିତ

 Breaking News

ବୌଦ୍ଧ ଜିଲା ରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଉଦଘାଟିତ

November 28
22:25 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୧୧: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥ ଉଦଘାଟିତ ହୋଇଛି । ବୌଦ୍ଧ ଜିଲାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଅଛି । ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥର ଶୁଭାରମ୍ଭ କରିଥିଲେ ।
ଏହି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥ ସମଗ୍ର ଜିଲା ପରିକ୍ରମା କରିବ । ବୌଦ୍ଧ ସଦର ବ୍ଲକ ମୁରୁଶୁଣ୍ଢୀ ପଂଚାୟତ ଠାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ମୁରୁଶୁଣ୍ଢୀ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲାପାଳଙ୍କ ସମତେ ଅନ୍ୟ ଅଧିକାରୀ, ନିର୍ବାଚିତ ପ୍ରତିନିଧି, ମହିଳା ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡି , ଆଶାକର୍ମୀମାନେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥକୁ ସ୍ୱାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ଅବଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାର୍ତା ପ୍ରସାରଣ ପରେ ବିକଶିତ ଭାରତ ସଙ୍କଳ୍ପ ନେଇ ସମସ୍ତେ ଶପଥ ପାଠ କରିଥିଲେ । ସେହିପରି ବଢିଗାଁ ଠାରେ ମଧ୍ୟ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ର ଡେପୁଟି ସେକ୍ରେଟେରୀ ବିକ୍ରମ କେଶରୀ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ, ବୌଦ୍ଧ ବନଖଣ୍ଡ ଅଧିକାରୀ ଶ୍ରୀ ଦେବ ପ୍ରିୟ କମ୍ପ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରୂପକ ମହାପାତ୍ର, ବୌଦ୍ଧ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡ୍ଡୁ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂ, ସହକାରୀ ଜିଲାପାଳ ଚନ୍ଦ୍ରକାନ୍ତ ବେହେରା ଙ୍କ ସମତେ ଅନେକ ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30