Indus Valley Times

ଆଉ ଗୋଟିଏ ମୁଣ୍ଡ ନେଲା ହଇଜା, ମୃତ୍ୟୁ ସଂଖା ୧୫ରେ ପହଞ୍ଚିଲା!

 Breaking News

ଆଉ ଗୋଟିଏ ମୁଣ୍ଡ ନେଲା ହଇଜା, ମୃତ୍ୟୁ ସଂଖା ୧୫ରେ ପହଞ୍ଚିଲା!

December 22
17:11 2023

ରାଉରକେଲା,୨୨/୧୨: ହଇଜା ସଂକ୍ରମଣ ରାଉରକେଲାରେ ସାମାନ୍ୟ କମିଥିଲେ ବି ସ୍ଥିତି ଉଦ୍ବେଗଜନକ ରହିଛି। ଗୁରୁତର ରୋଗୀଙ୍କ ସଂଖ୍ୟା କମୁଥିଲେ ବି ଶୁକ୍ରବାର ଅପରାହ୍ଣରେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏଥିସହ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ମୃତକ ହେଲେ ରାଉରକେଲା ପାୱାରହାଉସ୍ ରୋଡ ଅଞ୍ଚଳର ପଙ୍କଜ ମଣ୍ଡଳ (୪୨)। ସେ ହାଇଟେକ୍ ମେଡିକାଲ୍ରେ ଭର୍ତ୍ତି ହେଇଥିଲେ।
ଏବେ ଆହୁରି ଅନେକ ହଇଜା ସଂକ୍ରମିତ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍), ହାଇଟେକ୍ ମେଡିକାଲ, ବେଦବ୍ୟାସସ୍ଥ ଜୟପ୍ରକାଶ ହସ୍ପିଟାଲ ଓ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଚିକିତ୍ସାଧୀନ ଅଛନ୍ତି।
ସ୍ମାର୍ଟସିଟରେ ହଇଜା ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନଥିବାରୁ ଏଠାକାର ଜନତା ଉତ୍ତେଜିତ ହୋଇଛନ୍ତି। ଶକ୍ତିନଗରରେ ଲାଗିଥିବା ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ହୋର୍ଡିଙ୍ଗରେ କଳା ଲଗାଇ ଦେଇଛନ୍ତି। ଏହା ରାଜନୈତିକ ଦଳ ନା ଅନ୍ୟ କୌଣସି ଲୋକ ଲଗାଇଛନ୍ତି, ସେନେଇ ସ୍ପଷ୍ଟ ହୋଇନି। ସହରରେ ହଇଜା ବ୍ୟାପିବା ପରେ ସହରକୁ ଯୋଗାଣ ହେଉଥିବା ପାନୀୟ ଜଳର ମାନକୁ ଦନଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ଲୋକେ ତାତିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031