Indus Valley Times

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କୁ ନେଇ ଚାରିଆଡେ ଉତ୍ସବ ମୁଖର

 Breaking News

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କୁ ନେଇ ଚାରିଆଡେ ଉତ୍ସବ ମୁଖର

January 23
10:26 2024

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କୁ ନେଇ ଚାରିଆଡେ ଉତ୍ସବ ମୁଖର
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା ,୨୩/୧: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବାଲିଗୁଡା ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ଚାରିଆଡେ ଉତ୍ସବ ମୁଖର ଦେଖିବାକୁ ମିଳିଛି ।
ବାଲିଗୁଡା ସହରର ସମସ୍ତ ମନ୍ଦିର ରେ ଭକ୍ତ ଓ ଜନସାଧାରଣ ଏହି ଉତ୍ସବ କୁ ଘରେ ଘରେ ପାଳନ କରିବା ସହ ଘର ସମ୍ମୁଖରେ ଗୈରିକ ଧ୍ବଜା ଲଗାଇବା ସହ ଝୋଟି ଅଙ୍କନ ଓ ସନ୍ଧ୍ୟାରେ ଦୀପ ଜାଳି ରାମଲାଲା ଙ୍କୁ ସ୍ଵାଗତ କରିଛନ୍ତି ।
ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ହନୁମାନ ମନ୍ଦିର ଠାରୁ ଶ୍ରୀରାମ ନାରା ଦେଇ ସଂକୀର୍ତ୍ତନ କରିବା ସହ ଏକ ବିରାଟ ପଟୁଆରରେ ସମଗ୍ର ସହର ପରିକ୍ରମା କରି କଳସ ଯାତ୍ରା ଓ କୁନି କୁନି ପିଲା ମନେ ଶ୍ରୀରାମ ନାରା ଦେଇ ସ୍ଥାନୀୟ ଜେଲ ନିକଟସ୍ଥ ଶ୍ମଶାନ ଘାଟ ସମ୍ମୁଖ ରାସ୍ତା ପାର୍ଶ୍ଵରେ ଏକ ରାମ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ ଉତ୍ସବ ଯଥାଵିଧି ସହକାରେ ପୂଜାର୍ଚନା ସହ ଆୟୋଜନ ହୋଇଥିଲା କ୍ଷ
ସନ୍ଧ୍ୟା ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେରେ ଦୀପ ପ୍ରଜ୍ଵଳନ କରି ଶ୍ରୀ କ୍ଷେତ୍ର ଭଜନ ସନ୍ଧ୍ୟା ଆୟୋଜନ କରଯାଇଥିଲା ।
ଏହି ଅବସରରେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ ,୧୯୯୨ ମସିହାରେ ଅଯୋଧ୍ୟାକୁ ଯାଇଥିବା କରସେବକ ଓ ତାଙ୍କ ପରିବାରଙ୍କୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା ଓ ପରେ ଏକ ବିରାଟ ବାଇକ ରାଲିରେ ବାଲିଗୁଡାର ଜନସାଧାରଣ ସାମିଲ ହୋଇଥିବା ବେଳେ ବଣିକ ସଙ୍ଘ, କ୍ଷୁଦ୍ର ବଣିକ ସଂଘ, ବସଷ୍ଟାଣ୍ଡ ବଣିକ ସଙ୍ଘ ସମେତ ସମସ୍ତ ବ୍ୟବସାୟୀ ଦୋକାନ ବଜାର ବନ୍ଦ କରିବା ସହ ବିଭିନ୍ନ ସଂଗଠନ ସାମିଲ ହୋଇ ଏକ ବିରାଟ ବାଇକ ରାଲି କରଯାଇଥିଲା ।
ଜକି ସାହି ଛକ ,କୋଳି ଗଛ ଛକ ,ବସଷ୍ଟାଣ୍ଡ ,ମାଉସୀ ମା ମନ୍ଦିର ବିଭିନ୍ନ ସ୍ଥାନରେ ମିଷ୍ଠାନ ବଣ୍ଟନ କରାଯାଇଥିଲା । ସନ୍ଧ୍ୟା ବେଳେ ବାଲିଗୁଡା ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦୀପ ପ୍ରଜ୍ଵଳନ ସହ ମିଷ୍ଠାନ ବଣ୍ଟନ କରଯାଇଥିଲା ।
ବାଲିଗୁଡା ସହର ବ୍ୟତିତ ବାରଖମା ,ସୁଡ୍ରା ,ଖମନଖୋଲ , ଲଣ୍ଡାଗାଁ ,ବାଟାଗୁଡା, ପରମପଙ୍ଗା ,ସିନ୍ଦ୍ରିଗାଁ ,କୁଟିକିଆ ଆଦି ସ୍ଥାନରେ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା ।
ସନ୍ଧ୍ୟାରେ ମା\’ପାଟ୍ଟଖଣ୍ଡା ମନ୍ଦିର ପରିସର ରେ ପ୍ରଭୁ ଶ୍ରୀ ରାମଙ୍କ ସ୍ମୁତି, ବନ୍ଦନା ସହ ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଶତାଧିକ ଭକ୍ତ ଓ ଜନସାଧାରଣ ଙ୍କୁ ନେଇ ଆୟୋଜନ କରଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031