Indus Valley Times

୫୦ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖୋର୍ଦ୍ଧା ବ୍ଲକର ମହିଳା ସହକାରୀ ଯନ୍ତ୍ରୀ

 Breaking News

୫୦ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖୋର୍ଦ୍ଧା ବ୍ଲକର ମହିଳା ସହକାରୀ ଯନ୍ତ୍ରୀ

March 20
17:49 2024

ଖୋର୍ଦ୍ଧା, ୨୦/୩ : ପଚାଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ। ତାଙ୍କ ନାଁ ସଙ୍ଗୀତା ମହାପାତ୍ର। ସେ ଖୋର୍ଦ୍ଧା ବ୍ଲକରେ କନିଷ୍ଠ ଯନ୍ତ୍ରୀ ଅଛନ୍ତି।
ଏକ ଉନ୍ନୟନମୂଳକ କାର୍ଯ୍ୟର ଫାଇନାଲ୍ ବିଲ୍ କରି ଦେବା ପାଇଁ ସେ ଜଣେ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ସଂପୃକ୍ତ ଠିକାଦାର ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ଯୋଜନା ପ୍ରକାରେ ଆଜି ଠିକାଦାର ଜଣଙ୍କ ୫୦ ହଜାର ଟଙ୍କା ନେଇ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଦେଇଥିଲେ। ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।
ଲାଞ୍ଚ ନେଇ ଧରାପଡ଼ିବା ପରେ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ତା’ସହିତ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଉକ୍ତ ଠିକାଦାରଙ୍କର ୧୮ ଲକ୍ଷ ଟଙ୍କାର ବିଲ୍ ପାସ୍ କରି ଦେବା ପାଇଁ ୨ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930