Indus Valley Times

ଗନ୍ଧମାର୍ଦ୍ଧନ ପର୍ବତରେ ପୋଲିସ-ମାଓ ଗୁଳି ବିନିମୟ, ରାତିରୁ ଚାଲିଛି ଫାୟାରିଂ

 Breaking News

ଗନ୍ଧମାର୍ଦ୍ଧନ ପର୍ବତରେ ପୋଲିସ-ମାଓ ଗୁଳି ବିନିମୟ, ରାତିରୁ ଚାଲିଛି ଫାୟାରିଂ

ଗନ୍ଧମାର୍ଦ୍ଧନ ପର୍ବତରେ ପୋଲିସ-ମାଓ ଗୁଳି ବିନିମୟ, ରାତିରୁ ଚାଲିଛି ଫାୟାରିଂ
April 09
11:07 2024

ବରଗଡ଼, ୯/୪ : ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏବେ ମଧ୍ୟ ସେଠାରେ ଜାରି ରହିଛି ଅପରେସନ। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ଜଣାଯାଇଛି।
ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀମାନେ ଗନ୍ଧମାର୍ଦ୍ଦନ ପାହାଡ଼ରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ହଠାତ୍ ଅପର ପାର୍ଶ୍ୱରୁ ଆଖିବୁଜା ଫାୟାରିଂ ହେବା ଆରମ୍ଭ ହେଲା।
ଗନ୍ଧମାର୍ଦ୍ଦନ ପାହାଡ଼ରେ ବହୁ ସଂଖ୍ୟାରେ ନକ୍ସଲ ଥିବା ବେଳେ ସେମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ବି ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି।
ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି। ସୁରକ୍ଷା କର୍ମୀମାନେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ବହୁ ନକ୍ସଲ କ୍ୟାମ୍ପକୁ ଧ୍ୱସଂ କରିଥିବା ବେଳେ ସର୍ଚ୍ଚ ଅପରେସନ ବେଳେ ବହୁ ବିସ୍ଫୋରକ ସାମଗ୍ରୀ, ଗୋଳା ବାରୁଦ ଆଦି ଜବତ ହୋଇଥିବା ଜଣାଯାଇଛି। ଏବେ ସୁଦ୍ଧା ଫାୟାରିଂ ଶେଷ ହୋଇ ନ ଥିବା ଜଣାଯାଇଛି।
ଏହି ନକ୍ସଲମାନେ ଛତିଶଗଡ଼ର ବୋଲି ସୂଚନା ମିଳୁଥିବା ବେଳେ ଓଡ଼ିଶାରେ ରହି ସେମାନେ ବିଭିନ୍ନ ଯୋଜନା କାର‌୍ୟ୍ୟକାରୀ କରୁଥିବା ଅନୁମାନ କରାଯାଉଛି। ଖବର ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930