Indus Valley Times

ପଲ୍‌ସରକୁ ପିଟି ଦେଲା ହାଇୱା: ବାପା, ମା’, ପୁଅ ଓ ଝିଅ ମୃତ

 Breaking News

ପଲ୍‌ସରକୁ ପିଟି ଦେଲା ହାଇୱା: ବାପା, ମା’, ପୁଅ ଓ ଝିଅ ମୃତ

ପଲ୍‌ସରକୁ ପିଟି ଦେଲା ହାଇୱା: ବାପା, ମା’, ପୁଅ ଓ ଝିଅ ମୃତ
May 20
18:13 2024

ଢେଙ୍କାନାଳ, ୨୦/୫: ବାଇକକୁ ସାମନା ପଟୁ ପିଟିଲା ହାଇୱା ଆଉ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଦୁର୍ଘଟଣାରେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ୨ଛୁଆ ଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ନିକଟସ୍ଥ ଖଙ୍କିରା ଗାଁର । ଆଜି ଦିନବେଳେ ଖଙ୍କିରା ଗ୍ରାମର ସ୍ୱାମୀ-ସ୍ତ୍ରୀ ତାଙ୍କର ୧୧ ବର୍ଷୀୟ ପୁଅ ଓ ୫ ବର୍ଷୀୟା ଝିଅଙ୍କ ସହ ଏକ ପଲସର ବାଇକ ଯୋଗେ ନିକଟସ୍ଥ ବନ୍ଧୁ ଘରକୁ ଯାଉଥିଲେ।
ସାମନା ପଟୁ ଆସୁଥିବା ହାଇୱା ଗାଡି ସାଙ୍ଗେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ନାବାଳକ ଶିଶୁଙ୍କୁ ନିକଟସ୍ଥ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଗାଡିକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30