Indus Valley Times

ବୌଦ୍ଧ : ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ

 Breaking News

ବୌଦ୍ଧ : ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ

ବୌଦ୍ଧ : ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ
May 22
09:28 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୫: ହରଭଙ୍ଗା ବ୍ଲକ କେଲାକଟା ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ପୁରନ୍ଦର ସାହୁଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଚାଷୀ ପରିବାରର ସ୍ୱର୍ଗତ ସାହୁ ଜଣେ ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ ତାଙ୍କରି ବିୟୋଗରେ କେଲାକଟା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା ।
ତାଙ୍କର ବଡପୁଅ ମକରନ୍ଦ ସାହୁ ଶିକ୍ଷକତା କରୁଥିବାବେଳେ ସାନପୁଅ ପଙ୍କଜ ସାହୁ ବୌଦ୍ଧ ପୁଲିସ ବିଭାଗରେ କାର୍ଯ୍ୟରତ । ଶେଷ ସମୟରେ ପୁରନ୍ଦରଙ୍ ପୁରା ପରିବାର ଉପସ୍ଥିତ ଥିବାବେଳେ ବଡପୁଅ ମକରନ୍ଦ ମୁଖାଗ୍ନି ପ୍ରଦାନ କରିଥିଲେ ।
ବିଜେପିର ସାମ୍ବାଦିକ ସମ୍ମିଳନି: କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ସ୍ୱଚ୍ଛ,ନିର୍ମଳ ଓ ଅବାଧ ନିର୍ବାଚନ ହୋଇନାହିଁ, ବିଜେପି
ବୌଦ୍ଧ,୨୨/୫ : ବୌଦ୍ଧଜିଲ୍ଲାରେ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କଣ୍ଟାମାଳ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ରକ୍ସା ପଂଚାୟତର ମହେଶ୍ୱରପିଣ୍ଡା ବୁଥରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ବୁଥରେ ଶାନ୍ତିଶୃଙ୍ଖା ଭାବରେ ମତଦାନ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ମତଦାନ କୁ ବନ୍ଦ କରିଦିଆଯାଇଥିଲା । ଏହାର ପ୍ରତିବାଦ କରିବାରୁ ପୁଲିସ ପକ୍ଷରୁ ନିିରିହଜନତାଙ୍କ ଉପରେ ପୁଲିସ ଲାଠି ମାଡ କରିଥିଲା । ଏଥିରେ ୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରୀପାଠୀଙ୍କ ସମେତ ଅନେକ ମହିଳା ଓ ପୁରୁଷ ମାଡ ଖାଇଥିବା ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।
ଏନେଇ ଆଜି ସନ୍ଧ୍ୟାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ସ୍ୱଚ୍ଛ,ନିର୍ମଳ ଓ ଅବାଧ ନିର୍ବାଚନ ହୋଇନଥିବା ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିକହିଥିଲେ ଯେ,କଣ୍ଟାମାଳ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କିରାସିରା ଓ କାଦପଦର ବୁଥରେ ବିଜେଡି କର୍ମୀଙ୍କ ଦ୍ୱାରା ବ୍ୟାପକ ବୁଥ ରେଗିଂ ହୋଇଛି । ବିଜେଡି କର୍ମୀମାନେ ବୁଥରେ ଥିବା ବିଜେପି ଏଜେଣ୍ଡଙ୍କୁ ବୁଥରୁ ବାହାର କରି ମାଡ ମାରିଥିଲେ ।
ଏନେଇ ପ୍ରତିବାଦ କରିବାରୁ ଜିଲ୍ଲା ସଭାପତି ଶ୍ରୀ ମହାନ୍ତିଙ୍କୁ ମଧ୍ୟ ଧମକ ଦିଆଯାଇଥିଲା । ଏନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲା ପରେ କିରାସିରାରୁ ପ୍ରିଜାଇଡିଙ୍ଗ ଅଫିସରକୁ ବାହାର କରି ଦିଆ ଯାଇଥିଲା ।
କାଦପଦରରେ ୨୩୬ ଭୋଟର ରୁ ଦିନ ୧୨ ଟା ମଧ୍ୟରେ ୨୨୭ ଭୋଟର ଥିଲେ । ଭୋଟର ଦାନ ସମୟରେ ଅନିୟମିତତା ହୋଇଥିବା ଏହାର ତଦନ୍ତ କରାଗଲେ ଜଣାପଡିବ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ବିଜେପି ବିଧାୟକ ପ୍ରାର୍ଥୀ କହ୍ନାଇ ଚରଣ ଡାଙ୍ଗ ଅଭିଯୋଗ କରିଥିଲେ ଯେ, କିରାସିରା ଓ କାଦପଦର ବୁଥରେ ସ୍ଥାନିୟ ବିଧାୟକ ଓ ସାଂସଦଙ୍କର ଇଙ୍ଗିତରେ ପ୍ରଶାସନ ଏଠି କାମ କରୁଛି । ଗତକାଲି ମହେଶ୍ୱର ପିଣ୍ଡା ବୁଥରେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ଚାଲିଥିବା ବେଳେ ବୁଥର ପ୍ରାୟ ୧୨ ଶହ ଭୋଟରଙ୍କ ମଧ୍ୟରୁ ୪୮୨ ଭୋଟ ପଡିଥିଲା ।
ଏହି ସମୟରେ ଦିନ ପ୍ରାୟ ୧ଟା ସମୟରେ ଜଣେ ଅଧିକାରୀ ଆସି ଭୋଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଅଧିକାରୀଙ୍କ ବିଜେଡି ଦଳ ପାଇଁ କାମ କରୁଥିଲେ ଓ ତାଙ୍କ ନାମରେ ଅନେକ ଦୁର୍ନିତି ଅଭିଯୋଗ ରହିଛି । ସେ ସବୁକୁ ଚପାଇବା ପାଇଁ ସରକାରୀ ଦଳ ପାଇଁ କାମ କରୁଥିଲେ । ତାଙ୍କୁ ନିର୍ବାଚନ କାହିଁକି ବନ୍ଦ କରାଗଲା ବୋଲି କହିବାରୁ ଉପରୁ ନିର୍ଦ୍ଦେଶ ଆସିଥିବା କହିଥିଲେ ।
ଏହି ବୁଥରେ ସବୁବେଳେ ସରକାରଙ୍କ ବିରୁଦ୍ଧରେ ମତଦାନ ହେଉଥିବାରୁ ସେଥିପାଇଁ ଏହି ବୁଥରେ ନିର୍ବାଚନ ନ କରାଇ ଦେବାର ପୁଲିସ ପ୍ରଶାସନ ପକ୍ଷରୁ ଯୋଜନା ହୋଇଥିଲା ଶ୍ରୀ ଡାଙ୍ଗ ଅଭିଯୋଗ କରିଛନ୍ତି । ମହେଶ୍ୱରପିଣ୍ଡା ବୁଥରେ ପୁଣି ଥରେ ମତଦାନ କରାଯିବ ବୋଲି ଜଣାପଡିଛି । ଭୋଟ ବନ୍ଦ କରି ସନ୍ଧ୍ୟାରେ ଇଭିଏମ ମେସିନ ନେବା ସମୟରେ ସ୍ଥାନିୟ ଲୋକେ ପ୍ରତିବାଦ କରିଥିଲେ ଏବଂ ଆମେ ଭୋଟ ଦେବାକୁ କହିବାରୁ ସେମାନଙ୍କ ଉପରେ ଲାଠି ମାଡ କରାଯାଇଥିଲା ।
ଏଥିରେ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଅନେକ ସାମାନ୍ୟ ଆହତ ହୋଇଥିବା ଶ୍ରୀ ଡାଙ୍ଗ ଅଭିଯୋଗ କରିଛନ୍ତି । ମହେଶ୍ୱରପିଣ୍ଡା ବୁଥରେ ପୁନଃ ମତଦାନ କରିବାକୁ ପ୍ରଶାସନ ପକ୍ଷରୁ ଯୋଜନା କରାଯାଉଥିବାରୁ କିରାସିରା ଓ କାଦପଦର ବୁଥରେ ପୁନଃ ମତଦାନ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ଶାସକଦଳର ଜଣେ କର୍ମୀଙ୍କୁ ୱେବକାଷ୍ଟିଂ ପାଇଁ ଆଦେଶ ଦିଆଯାଇ ସମସ୍ତ ବୁଥରେ ଭୋଟରମାନେ କେଉଁ ପ୍ରାର୍ଥୀଙ୍କୁ ମତଦାନ କରୁଛନ୍ତି ତାହା ରେକର୍ଡ କରାଯିବାକୁ ଉଦ୍ୟମ କରାଯାଇଥିବା ଭଳି ଗୁରୁତର ଅଭିଯୋଗ ଆଣିବା ସହିତ ଗଣମାଧ୍ୟମ ସମ୍ମୁଖରେ ସିସିଟିଭି ଲଗାଇବାକୁ ଆଦେଶ ପାଇଥିବା କର୍ମୀଙ୍କ ବିଜେଡି ନେତାଙ୍କ ସହ ଫଟୋ ଥିବା ପ୍ରଦର୍ଶନ କରାଯାଇଛି ।
ମହିଶ୍ୱରପିଣ୍ଡା ବୁଥରେ ବିଜେପି କର୍ମୀଙ୍କ ପ୍ରତି ପୁଲିସର ବର୍ବରତା ନେଇ ମନମୁଣ୍ଡା ଥାନାରେ ବିଜେପି ପ୍ରାର୍ଥୀ କହ୍ନାଇ ଚରଣ ଡାଙ୍ଗଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ତାହାକୁ ପଂଜିକୃତ କରିନଥିବା ଶ୍ରୀଡାଙ୍ଗ ଅଭିଯୋଗ କରିଛନ୍ତି ।
ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ମହିଶ୍ୱରପିଣ୍ଡା ସହିତ କିରାସିରା ଓ କାଦପଦର ବୁଥରେ ମଧ୍ୟ ପୁନର୍ବାର ମତଦାନ କରାଇବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରୁ ବରିଷ୍ଠ ବିଜେପି ନେତା ଶେଷ କୁମାର ମେହେର, ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରିପାଠୀ, ଜିଲ୍ଲା ସଧାରଣ ସଂପାଦକ ସୁଶାନ୍ତ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ଜିଲ୍ଲାରେ ୮୨.୭୨ପ୍ରତିଶତ ମ୍‌ତଦାନ : ବୌଦ୍ଧ ନିର୍ବାଚନ ମଣ୍ଡଳିରେ ୮୧.୪୩ ଓ କଣ୍ଟମାଳରେ ୮୩.୯୮ ପ୍ରତିଶତ ମତଦାନ
ବୌଦ୍ଧରେ ୧,୩୫.୫୫୬ ଓ କଣ୍ଟମାଳରେ ୧,୪୧.୯୫୭ ଜଣ ଭୋଟରଙ୍କ ମତଦାନ
ବୌଦ୍ଧ,୨୨/୫: ବୌଦ୍ଧ ଜିଲ୍ଲାରେ କନ୍ଧମାଳ ଲୋକସଭା ସମେତ ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ଆସନ ପାଇଁ ଗତ ସୋମବାର ଦିନ ଭୋଟଗ୍ରହଣ ହୋଇଛି ।
ଜିଲ୍ଲାର ଥିବା ଦୁଇଟି ନିର୍ବାଚନ ମଣ୍ଡଳି ବୌଦ୍ଧ ଓ କଣ୍ଟମାଳରେ ସମୁଦାୟ ଭୋଟର ସଂଖ୍ୟା ୩ ଲକ୍ଷ ୩୫ ହଜାର ୪୮୮ ରହିଥିବା ବେଳେ ଗତକାଲି ହୋଇଥିବା ମତଦାନରେ ୨ଲକ୍ଷ , ୭୭, ୫୧୩ ଜଣ ଭୋଟ ଦାତା ନିଜର ମତ ସାବ୍ୟସ୍ତ କରିଛନ୍ତି । ଯାହାକି ଜିଲ୍ଲାରେ ୮୨.୭୨ପ୍ରତିଶତ ମ୍‌ତଦାନ ପ୍ରତିଶତ ମତଦାନ ହାର ଅଟେ ।
ବୌଦ୍ଧ ବିଧାନସଭା ଆସନରେ ୧୬୬୪୬୧ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ୮୫୫୦୯ ଭୋଟର ରହିଥିବା ବେଳେ ୮୦୯୪୪ ମହିଳା ଭୋଟର ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୮ ରହିଛ । ସେଥିମଧ୍ୟରୁ ୬୯୨୧୮ ପୁରୁଷ ଓ ୬୬୩୩୭ ମହିଳା ଓ ଜଣେ ତୃତୀୟ ଲିଙ୍ଗ ଭୋଟ ସାବ୍ୟସ୍ତ କରିଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳିରେ ୮୧.୪୩ ପ୍ରତିଶତ ମତଦାନ ହୋଇଛି ।
କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ୧୬୯୦୨୭ ଭୋଟର ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୮୬୫୨୨ ଓ ମହିଳା ଭୋଟରଙ୍କ ସଂଖ୍ୟା ୮୨୫୦୪ ଓ ତୃତୀୟ ଲିଙ୍ଗଙ୍କ ଭୋଟର ସଂଖ୍ୟା ୧ ରହିଛି । ସେଥି ମଧ୍ୟରୁ ପୁରୁଷ ଭୋଟର ୭୨୬୦୧ଓ ମହିଳାଙ୍କ ଭୋଟର ୬୯୩୫୬ ଓ ତୃତୀୟ ଲିଙ୍ଗ ଭୋଟର ଜଣେ ଭୋଟ ସାବ୍ୟସ୍ତ କରିଛନ୍ତି । କଣ୍ଟମାଳ ନିର୍ବାଚନ ମଣ୍ଡଳିରେ ୮୩.୯୮ ପ୍ରତିଶତ ମତଦାନ ହୋଇଛି । ମତଦାନ ସରିବା ପରେ ସମସ୍ତ ଇଭିଏମ୍ ଗୁଡିକ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ନିର୍ମିତ ସ୍ୱତନ୍ତ୍ର ହଲରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031