Indus Valley Times

୨୬ରେ ବାହାରିବ ମାଟ୍ରିକ ରେଜଲ୍ଟ, ଉପଲବ୍ଧ ହେବ ଡିଜିଟାଲ ସାର୍ଟିଫିକେଟ୍

 Breaking News

୨୬ରେ ବାହାରିବ ମାଟ୍ରିକ ରେଜଲ୍ଟ, ଉପଲବ୍ଧ ହେବ ଡିଜିଟାଲ ସାର୍ଟିଫିକେଟ୍

୨୬ରେ ବାହାରିବ ମାଟ୍ରିକ ରେଜଲ୍ଟ, ଉପଲବ୍ଧ ହେବ ଡିଜିଟାଲ ସାର୍ଟିଫିକେଟ୍
May 24
16:18 2024

କଟକ,୨୪/୫:ଆସନ୍ତା ୨୬ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧.୩୦ ସୁଦ୍ଧା ଓ୍ବେବ୍ସାଇଟ୍ରେ ରେଜଲ୍ଟ ମିଳିବ। www.bseodisha.ac.inରେ ଲଗ ଇନ କରି ରେଜଲ୍ଟ ଜାଣିପାରିବେ। ସେହିପରି ଇଣ୍ଟରନେଟ ସୁବିଧା ନ ଥିଲେ ଏସଏମଏସ ଜରିଆରେ ବି ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ।
ଏମଏସଏସରେ ରେଜଲ୍ଟ ଜାଣିବାକୁ ମୋବାଇଲରେ OR10 ପରେ ସ୍ପେସ ଦେଇ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ପଠାଇବେ।
ପ୍ରଥମ ଥର ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଅପରାହ୍ନ ୪ ସୁଦ୍ଧା ଡିଜିଟାଲ୍ ସାର୍ଟିଫକେଟ୍ ଛାତ୍ରୀଛାତ୍ର ଡାଉନଲୋଡ କରିପାରିବେ। ଅନଲାଇନ ଓ ହ୍ବାଟ୍ସଆପ୍ରେ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ। ଏଥିପାଇଁ ଛାତ୍ରଛାତ୍ରୀ ମୋବାଇଲରୁ BSE/Hi ଲେଖି ୭୭୧୦୦୫୮୧୯୨ରେ ହ୍ବାଟ୍ସଆପ କରିବେ।ଏହାପରେ ଫୋନରେ ଆସୁଥିବା ଇନଷ୍ଟ୍ରକସନକୁ ଫଲୋ କରିବେ।
ସେହିଦିନ ମଧ୍ୟମା ଏବଂ ଏସ୍ଓଏସ୍ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ମେ ୨୯ରୁ ଜୁନ୍ ୫ ମଧ୍ୟରେ ଚେକିଂ ପାଇଁ ପିଲାମାନେ ଆବେଦନ କରିପାରିବେ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30