Indus Valley Times

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

 Breaking News

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
May 30
13:07 2024

ଥିରୁଭାନନ୍ତପୁରମ୍,୩୦/୫: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର କେରଳ ଛୁଇଁଛି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେରଳରେ ସ୍ବାଭାବିକଠାରୁ ୬ ପ୍ରତିଶତ ବୃଷ୍ଟିପାତ ହେବ।
ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଜୁନ୍ ୨ ପର‌୍ୟ୍ୟନ୍ତ ଅଧିକାଂଶ ଭାଗରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।
ଏନେଇ କେରଳର ୧୧ଟି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଉକ୍ତ ଜିଲାଗୁଡ଼ିକରେ ୬୪.୫ରୁ ୧୧୫.୫ ମିଲିମିଟର ପର‌୍ୟ୍ୟନ୍ତ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ମୌସୁମୀ ବାୟୁ ଲାକ୍ଷାଦ୍ୱୀପର କେତେକ ଅଞ୍ଚଳ ସମେତ ଦକ୍ଷିଣ ଆରବ ସାଗରର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେବା ଲାଗି ଅନୁକୂଳ ସ୍ଥିତି ସୃଷ୍ଟି ହୋଇଛି।
ଏହା କ୍ରମେ ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କେତେକ ଅଞ୍ଚଳକୁ ଅଗ୍ରସର ହେଉଛି ବୋଲି ପାଣିପାଗ ବିଭାଗ କହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031